www.samajalive.in
Monday, December 15, 2025
24.1 C
Bhubaneswar

ବିଲୁପ୍ତ ହେଲାଣି ଐତିହ୍ୟ ଓ କୀର୍ତିରାଜି, ପୁନରୁଦ୍ଧାର ପାଇଁ ଗବେଷକ ଓ ସଂସ୍କୃତି ବିଶାରଦଙ୍କ ଦାବି

ଭୁବନେଶ୍ୱର : ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ଚତୁଃପାର୍ଶ୍ଵରେ ରହିଛି ଅନେକ ପ୍ରାଚୀନ ଐତିହ୍ୟ ଓ କୀର୍ତ୍ତିରାଜି। ପ୍ରଶାସନିକ ଉପେକ୍ଷାନୀତି ଯୋଗୁଁ ଏଗୁଡିକ ବିଲୁପ୍ତ ହେବାକୁ ବସିଲାଣି। ଏହାର ପୁନରୁଦ୍ଧାର ପାଇଁ ଗବେଷକ ଓ ସଂସ୍କୃତି ବିଶାରଦଙ୍କ ପକ୍ଷରୁ ଦାବି ହୋଇଛି । ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ଚତୁର୍ଦିଗରେ ବିଲୁପ୍ତ ଅବସ୍ଥାରେ ରହିଛି ଅନନ୍ତ ଅବଧୂତ ମଠ। ସନ୍ନିକଟରେ ରହିଛି ମଣିକର୍ଣ୍ଣିକା ତୀର୍ଥ। ମହର୍ଷି ମୈତ୍ରୀୟ ଓ ଅନ୍ୟ ଋଷିମାନେ ଏଠାରେ ସୂର୍ଯ୍ୟ ଉପାସନା କରିବା ସହିତ ପୂଜାର୍ଜନା କାର୍ଯ୍ୟ କରୁଥିବା କିମ୍ବଦନ୍ତୀରୁ ଜଣାଯାଏ। ଏହି ତୀର୍ଥଟି ରକ୍ଷଣାବେକ୍ଷଣ ଅଭାବରୁ ବିଲୁପ୍ତ ହେଲାଣି।

କୋଣାର୍କ ସୂର୍ଯ୍ୟମନ୍ଦିରର ବେଢା ସଂଲଗ୍ନ ପ୍ରାଚୀର ତଥା ଅନନ୍ତ ଅବଧୂତ ମଠ ପାର୍ଶ୍ଵରେ ରହିଛି ଅର୍କ ବଟ । ଏହି ବଟରେ ଝଟକୁଥିବା ପତାକାକୁ ପବିତ୍ର ଶାମ୍ବଦଶମୀ ତିଥ୍‌ରେ ପୂଜା କରାଯାଏ। ପତାକାପୂଜା ଅବଧୂତମଠ ଦ୍ଵାରା ସମ୍ପାଦିତ ହେଉଛି। ଥାନା ଅନ୍ତଗତ ମାଧିପୁର ମୌଜାର ବ୍ରଜ ଓ ରାଜୁ ନାମଧାରୀ ବ୍ୟକ୍ତିଙ୍କ ଘର ପାର୍ଶ୍ଵରେ ରହିଛି ପ୍ରାଚୀନ କୀର୍ତ୍ତିରାଜି । ରକ୍ଷଣାବେକ୍ଷଣ ଅଭାବରୁ ଏହି ଐତିହ୍ୟ ଓ ସଂସ୍କୃତିର ପ୍ରତୀକ ସୂର୍ଯ୍ୟଗଙ୍ଗା ପୋଖରୀ ବିଲୁପ୍ତ ହେବାକୁ ବସିଛି। ଏନ୍ଏସି ଅନ୍ତର୍ଗତ ଡାଳିମ୍‌ଗୋରଡ଼ି ଗ୍ରାମରେ ରହିଛି ସାର୍ମଳିଭାଣ୍ଡ। ଯାହାର ଜଳନେଇ ଶ୍ରଦ୍ଧାଳୁ ଅଷ୍ଟପ୍ରହରୀ ନାମଯଜ୍ଞ ଓ ଗ୍ରାମର ଧାର୍ମିକ ପୂଜାର୍ଚ୍ଚନା କାମରେ ବ୍ୟବହାର କରିଥାନ୍ତି। କୋଣାର୍କଠାରେ ଚାଲିଥିବା ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ ଯେଉଁଠାରେ ନିର୍ମିତ ହେଉଛି ସେଠାରେ ସିଦ୍ଧ ପୁରୁଷ ଜଟବାବାଙ୍କ ଆଶ୍ରମ ରହିଥିଲା।

- Advertisement -

ସେଠାରେ ଜଟବାବା ସୂର୍ଯ୍ୟପୂଜା, ସୂର୍ଯ୍ୟ ଉପାସନା ଓ ଧ୍ୟାନ ଆଦି କାର୍ଯ୍ୟ କରୁଥିଲେ । ସୂର୍ଯ୍ୟମନ୍ଦିର ସନ୍ନିକଟ ବର୍ତ୍ତମାନର ମଙ୍ଗୁଳେଶ୍ଵର ମହାଦେବଙ୍କ ପୀଠର ପ୍ରାଚୀନ ନାମ ହେଉଛି ମଙ୍ଗଳତୀର୍ଥ। ଯାହାର କିମ୍ବଦନ୍ତୀ ଅତୀବ ପ୍ରାଚୀନ। କୋଣାର୍କ ଥାନା ଅଧୀନସ୍ଥ ଐଶାନେଶ୍ଵର ନାରିକେଳ ଫାର୍ମର ପଛପଟେ ରହିଛି ପ୍ରାଚୀନ କୀର୍ତ୍ତିରାଜି ଦୁଧୂବର। ଯେଉଁଠାରେ ପବିତ୍ର ବୌଦ୍ଧ ପୂର୍ଣିମା ଅବସରରେ ନିକଟସ୍ଥ ଗ୍ରାମ ଗୁଡ଼ିକର ଶ୍ରଦ୍ଧାଳୁ କାହିଁ କେଉଁ ଆବହମାନ କାଳରୁ ପୂଜାର୍ଚ୍ଚନା କରି ଆସୁଛନ୍ତି। ପ୍ରଶାସନିକ ଉପେକ୍ଷାନୀତି ଯୋଗୁଁ ଏହା ଜନମାନସରୁ ଲିଭିବାକୁ ବସିଲାଣି କହିଲେ ଅତ୍ୟୁକ୍ତି ହେବନାହିଁ।

କୋଣାର୍କ ଥାନା ଅଧନସ୍ଥ ଅରଖକୁଦ ଠାରେ ଥିବା ଅର୍କବନ୍ତ ଠାରେ ପ୍ରାଚୀନକାଳରୁ ଶୁଖୁଆବଳି ପ୍ରଚଳିତ ଥିଲା। ଏହି ପରମ୍ପରା ବିଲୁପ୍ତ ହେଲାଣି। ଏନ୍‌ଏସି ପକ୍ଷରୁ ଗବେଷକ, ସଂସ୍କୃତି ବିଶାରଦ ଓ ଐତିହ୍ୟ ବିଶାରଦଙ୍କୁ ନେଇ କମିଟି ଗଠନ କରି ଏହି ପ୍ରାଚୀନ ଐତିହ୍ୟ ଓ ପରମ୍ପରାର ପ୍ରତୀକ କିର୍ତ୍ତୀରାଜି ସମୂହର ପୁନରୁଦ୍ଧାର ଦିଗରେ ଜିଲା ପ୍ରଶାସନ ଓ ରାଜ୍ୟସରକାରଙ୍କୁ ପ୍ରସ୍ତାବ ପ୍ରଦାନ କରି ଭବିଷ୍ୟତ ବଂଶଧରଙ୍କ ପାଇଁ ଏହାର ସଂରକ୍ଷଣ କରିବା ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ଗବେଷଣା ଅଧିକାରୀ ସୁରେନ୍ଦ୍ର କୁମାର ମିଶ୍ର, ଗବେଷକ ସଞ୍ଜୟ କୁମାର ବରାଳ, ସଂସ୍କୃତି ବିଶାରଦ ହରିଶ୍ଚନ୍ଦ୍ର ଦାଶଙ୍କ ସମେତ ଅଞ୍ଚଳର ସଂସ୍କୃତି, ଐତିହ୍ୟପ୍ରେମୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ ଓ କୋଣାର୍କ ଅଞ୍ଚଳର ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories