www.samajalive.in
Monday, December 15, 2025
24.1 C
Bhubaneswar

ଦେଖନ୍ତୁ ଭିଡିଓ: ରାସ୍ତାମଝିରେ ହାତାହାତି ହେଲେ ବାବୁଲ ସୁପ୍ରିୟୋ ଓ ବିଜେପି ସାଂସଦ

ସମାଜ ଡିଜିଟାଲ ଡେସ୍କ: କଲକାତା ରାସ୍ତାରେ ତୃଣମୂଳ କଂଗ୍ରେସ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ ବିଜେପି ସାଂସଦ ଅଭିଜିତ ଗାଙ୍ଗୁଲିଙ୍କ ମଧ୍ୟରେ ହାତାହାତି ହୋଇଛି। କଲକାତାର ୨ୟ ହୁଗୁଳି ପୋଲ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗାଡ଼ିର ହର୍ନ ବଜାଇବାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଉଭୟ ନେତାଙ୍କ ମଧ୍ୟରେ ୧୫ରୁ ୨୦ ମିନିଟ ଧରି ରାସ୍ତା ଉପରେ ଯୁକ୍ତିତର୍କ ଏବଂ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ବାବୁଲ ସୁପ୍ରିୟୋ ନିଜ କାରରେ ହାଓଡ଼ାସ୍ଥିତ ଘରକୁ ଯାଉଥିଲେ। ଏହି ସମୟରେ ବିଜେପି ସାଂସଦ ଅଭିଜିତ ନିଜ କାରରେ କଲକାତାରୁ ହାଓଡ଼ା ଯାଉଥିଲେ। ଉଭୟେ ଆଗପଛ ହୋଇ ଯାଉଥିବାବେଳେ ହୁଗୁଳି ପୋଲ ଉପରେ ହର୍ଣ୍ଣ ବଜାଇବାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

- Advertisement -

ବାବୁଲ ଅଭିଯୋଗ କରିଛନ୍ତି ଯେ, ତାଙ୍କ କାରକୁ ଅଟକାଯାଇ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ସେପଟେ ବିଜେପି ସାଂସଦ ତଥା ପୂର୍ବତନ ବିଚାରପତି ଅଭିଜିତଙ୍କ ଅଭିଯୋଗ ଅନୁସାରେ, ତାଙ୍କ କାର ଆଗରେ ବାବୁଲଙ୍କ କାର ରହିଥିଲା। ବାବୁଲ ହଠାତ ଗାଡ଼ିରୁ ଓହ୍ଲାଇ ଆସି ତାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଏହାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଯେଉଁଥିରେ ବାବୁଲ ସୁପ୍ରିୟୋ ଗାଡ଼ିରୁ ଓହ୍ଲାଇ ସାସଂଦଙ୍କ ନିକଟକୁ ଯାଇ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ଜଣାପଡ଼ିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories