www.samajalive.in
Sunday, December 7, 2025
13.1 C
Bhubaneswar

ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ, କେଉଁ ବୟସରେ ହେବ ଆପଣଙ୍କ ବିବାହ..

ଅନେକ ସମୟରେ ଦେଖାଯାଏ କିଛି ଯୁବକ ଯୁବତୀଙ୍କ ବିବାହରେ ବିଳମ୍ବ ହୋଇଥାଏ । ବିବାହ ସ୍ଥିର ହେବା ପରେ ମଧ୍ୟ ଭାଙ୍ଗି ଯାଏ । ଏଥିପାଇଁ ପରିବାରରେ ସଭିଏଁ ଚିନ୍ତିତ ରହି ଥାନ୍ତି । ତେବେ ଅନେକ ସମୟରେ ଏହାକୁ ନେଇ ପ୍ରଶ୍ନ ଆସେ କାହିଁକି ବିବାହରେ ବିଳମ୍ବରେ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏନେଇ କିଛି ସ୍ୱତନ୍ତ୍ର କାରଣ ବର୍ଣ୍ଣନା କରାଯାଇଛି । ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ..

ଜାତକରେ ସପ୍ତମ ଭାଗ ଜଣାଇଥାଏ କେଉଁ ବୟସରେ ହେବ ଆପଣଙ୍କ ବିବାହ । ରାଶି ଅନୁସାରେ କାହାର ବିବାହ କେଉଁ ଦିଗରେ ହେବ ।
ଶୁକ୍ର, ବୁଧ, ଗୁରୁ ଓ ଚନ୍ଦ୍ରମା ଆଦି ଗ୍ରହଙ୍କ ମଧ୍ୟରୁ ଗୋଟିଏ ଗ୍ରହ ଜାତକରେ ସପ୍ତମ ଭାଗରେ ରହିଲେ ବିବାହରେ ଥିବା ବାଧା ଦୂର ହୋଇଯାଏ । ବିଳମ୍ବ ବିବାହ ସମସ୍ୟା ଦୂର ହୋଇ ଶୀଘ୍ର ବିବାହ ହୋଇଥାଏ। ସେହି ପରି ସପ୍ତମ ସ୍ଥାନରେ ରାହୁ, ମଙ୍ଗଳ, ଶନି, ସୂର୍ଯ୍ୟ ଆଦି ଗ୍ରହ ରହିଲେ ବିବାହ ବିଳମ୍ବ ହୋଇଥାଏ ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି ।

- Advertisement -

ଏମାନଙ୍କର ହୁଏ ୨୦ ରୁ ୨୫ ବର୍ଷ ମଧ୍ୟରେ ବିବାହ..
ବୁଧ ଗ୍ରହ ଶୀଘ୍ର ବିବାହ କରାଇ ଥାନ୍ତି । ଜାତକରେ ସପ୍ତମ ଭାଗରେ ବୁଧ ଗ୍ରହ ରହିଲେ ବିବାହ ଶୀଘ୍ର ହେବାର ଯୋଗ ଥାଏ । ବୁଧ ଗ୍ରହଙ୍କ ଉପରେ ଅନ୍ୟ କୌଣସି ଗ୍ରହଙ୍କ ପ୍ରଭାବ ନରହିଲେ ୨୦ ବର୍ଷ ବୟସରେ ବିବାହ ହୋଇଯାଏ । ସୂର୍ଯ୍ୟ ଗ୍ରହ ବୁଧ ଗ୍ରହଙ୍କ ଗୋଟିଏ ସ୍ଥାନ ଆଗରେ କିମ୍ବା ପଛରେ ରହିଲେ ୨୦ ବର୍ଷ ବୟସ ପରେ ବିବାହ ହୁଏ । ଅର୍ଥାତ୍‌ ୨୦ ରୁ ୨୫ ବର୍ଷ ବୟସରେ ବିବାହ ହୋଇଥାଏ ।

ନୂଆବର୍ଷ ୨୦୨୫ : ରାହୁ କରିବେ ଚଳନ, ଜାଣନ୍ତୁ ୧୨ ରାଶି ଉପରେ ପଡିବ କି ପ୍ରଭାବ..

୨୫ ରୁ ୨୭ –
ଯଦି ଶୁକ୍ର, ଗୁରୁ କିମ୍ବା ଚନ୍ଦ୍ର ଆପଣଙ୍କ ଜାତକରେ ସପ୍ତମ ସ୍ଥାନରେ ରୁହନ୍ତି ତେବେ ୨୪ ରୁ ୨୫ ବର୍ଷ ବୟସରେ ବିବାହ ହେବାର ଯୋଗ ଥାଏ ।
ଗୁରୁ ସପ୍ତମ ଘରେ ରହିଲେ ୨୫ ବର୍ଷ ବୟସରେ ବିବାହ ହେବାର ଯୋଗ ଥାଏ ।
ଗୁରୁଙ୍କ ଉପରେ ସୂର୍ଯ୍ୟ କିମ୍ବା ମଙ୍ଗଳ ଗ୍ରହଙ୍କ ପ୍ରଭାବ ରହିଲେ ବିବାହର ଯୋଗ ୨୭ ବର୍ଷ ବୟସରେ ଥାଏ ।
ଶୁକ୍ର ସପ୍ତମ ସ୍ଥାନରେ ରହିବା ସହ ଶୁକ୍ରଙ୍କ ଉପରେ ମଙ୍ଗଳ ଓ ସୂର୍ଯ୍ୟଙ୍କ ପ୍ରଭାବ ରହିଲେ ୨ ବର୍ଷ ବିବାହ ବିଳମ୍ବ ଓ ଶନିଙ୍କ ପ୍ରଭାବ ରହିଲେ ୨୬ ବର୍ଷ ବୟସରେ ବିବାହର ଯୋଗ ରହିଥାଏ । ରାହୁଙ୍କ ପ୍ରଭାବ ରହିଲେ ମଧ୍ୟ ୨ ବର୍ଷ ବିବାହ ବିଳମ୍ବ ହୋଇଥାଏ ।

ସପ୍ତମ ଘରେ ଚନ୍ଦ୍ରମାଙ୍କ ଉପରେ ମଙ୍ଗଳ କିମ୍ବା ସୂର୍ଯ୍ୟଙ୍କ ପ୍ରଭାବ ରହିଲେ ୨୬ ବର୍ଷ ବୟସରେ ବିବାହର ଯୋଗ ଥାଏ । ଶନିଙ୍କ ପ୍ରଭାବ ମଙ୍ଗଳ ଉପରେ ରହିଲେ ବିବାହ ୩ ବର୍ଷ ବିଳମ୍ବ ହୋଇଥାଏ । ରାହୁଙ୍କ ପ୍ରଭାବ ରହିଲେ ଅନେକ ବାଧା ପରେ ୨୭ ବର୍ଷ ବୟସରେ ବିବାହ ହୋଇଥାଏ ।

୨୮ ରୁ ୩୧ –
ମଙ୍ଗଳ, ରାହୁ, କେତୁ ଗ୍ରହଙ୍କ ମଧ୍ୟରୁ ଗୋଟିଏ ଗ୍ରହ ସପ୍ତମ ଭାଗରେ ରହିଲେ ବିବାହରେ ବିଳମ୍ବ ହୋଇଥାଏ । ମଙ୍ଗଳ ଜାତକରେ ସପ୍ତମ ସ୍ଥାନରେ ରହିଲେ ବିବାହ ୨୭ ବର୍ଷ ପୂର୍ବରୁ ହୋଇନଥାଏ । ରାହୁ ଗ୍ରହ ରହିଲେ ସହଜରେ ବିବାହ ହୋଇନଥାଏ । ବିବାହ ସ୍ଥିର ହୋଇ ମଧ୍ୟ ଭାଙ୍ଗିଯାଏ ।
କେତୁ ସପ୍ତମ ଭାଗରେ ରହିଲେ ଗୁପ୍ତ ଶତ୍ରୁଙ୍କ କାରଣରୁ ବିବାହ ଭାଙ୍ଗିଥାଏ ।
ଶନି ସପ୍ତମ ଭାଗରେ ରହିଲେ ଜୀବନସାଥୀ ବୁଦ୍ଧିମାନ୍‌ ଓ ବିଶ୍ୱାସରପାତ୍ର ହୋଇଥାନ୍ତି । ମାତ୍ର ସପ୍ତମ ଭାଗରେ ରହିଲେ ଅଧିକାଂଶ ସମୟରେ ୩୦ ବର୍ଷ ବୟସରେ କିମ୍ବା ୩୦ ବର୍ଷ ବୟସ ପରେ ବିବାହ ହୋଇଥାଏ।

୩୨ରୁ ୪୦-
ମଙ୍ଗଳ, ଶନି-ରାହୁ, ମଙ୍ଗଳ-ରାହୁ କିମ୍ବା ଶନି-ସୂର୍ଯ୍ୟ, ସୂର୍ଯ୍ୟ-ମଙ୍ଗଳ, ସୂର୍ଯ୍ୟ-ରାହୁ ଏକାସହ ସପ୍ତମ କିମ୍ବା ୮ମ ଭାଗରେ ରହିଲେ ବିବାହରେ ଅଧିକ ବିଳମ୍ବ ହୋଇଥାଏ । ସେହିପରି ଗ୍ରହ ସମୟ ଅନୁସାରେ ଚଳନ କଲେ ବିବାହ ଶୀଘ୍ର ମଧ୍ୟ ହୋଇଥାଏ।

ପୁଣି ବଢିଲା ସୁନା ଦାମ୍‌; ଜାଣନ୍ତୁ କେତେ ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories