www.samajalive.in
Tuesday, December 9, 2025
16.1 C
Bhubaneswar

ବଜ୍ରକାପ୍ତା ଉଦ୍ଧାର, ୫ ଗିରଫ

ଟିଟିଲାଗଡ଼: ଟିଟଲାଗଡ ବନ ବିଭାଗକୁ ମିଳିଛି ବଡ ସଫଳତା। ଟିଟିଲାଗଡ଼ ବନାଞ୍ଚଳ ଅନ୍ତର୍ଗତ ବର୍ଣ୍ଣେଇ ରିଜର୍ଭ ଜଙ୍ଗଲରେ ବନ ବିଭାଗ ଚଢାଉ କରିବା ସମୟରେ ବଜ୍ରକାପ୍ତା ଉଦ୍ଧାର କରିବା ସହ ୫ ବେପାରୀଙ୍କୁ ଗିରଫ କରିଛି। ସୂଚନା ଅନୁସାରେ  ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ ପଞ୍ଚାୟତ ମାଲପଡା ଗାଁର ଦେବରାଜ ଭୋଇ ଏବଂ ପିଲୁ ଜଙ୍ଗଲରୁ ବଜ୍ରକାପ୍ତା ଧରି ଘରେ ଲୁଚାଇ ବିକ୍ରି ପାଇଁ ଯୋଜନା କରିଥିଲେ। ଏନେଇ ମଧ୍ୟସ୍ଥ ବେଲପଡା ଥାନା ଅନ୍ତର୍ଗତ ଭୂତେଶ୍ୱର ବାରିକ, କଣ୍ଟାବାଞ୍ଜି ଥାନା ଅଞ୍ଚଳର ବିଘ୍ନେଶ୍ୱର ମହାନନ୍ଦ, ଖରିଆର ଥାନା ବାଙ୍କପୁର ଗାଁର ରୋହିତ ବେହେରାଙ୍କ ଜରିଆରେ ଛତିଶଗଡ଼ ଅଞ୍ଚଳରେ ବଜ୍ରକାପ୍ତାକୁ ୩୫ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା କରିଥିଲେ। ଖବର ପାଇ ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ଶ୍ରୀ ସୁବୁଦ୍ଧି, ବନପାଳ ରଞ୍ଜିତ ସିଂଦେଓ, ବେଲଗାଁ ଫାଣ୍ଡି ଅଧିକାରୀ ଜିବର୍ଦ୍ଧନ ମେହେର ଅଭିଯୁକ୍ତଙ୍କ ଘରେ ଚଢ଼ାଉ ସହ ବଜ୍ରକାପ୍ତାକୁ ଉଦ୍ଧାର କରିଛନ୍ତି। ଆହତ ବଜ୍ରକାପ୍ତାର ଚିକିତ୍ସା ପାଇଁ ବଲାଙ୍ଗିର ପଠାଯାଇଛି। ଏନେଇ ବନ ବିଭାଗ ପକ୍ଷରୁ ଦୁଇ ଅଭିଯୁକ୍ତ, ତିନି ମଧ୍ୟସ୍ଥଙ୍କ ସମେତ ମୋଟ ୫  ଜଣଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ଗିରଫ ସହ ସଇଁତଲା କୋର୍ଟ ଚାଲାଣ କରାଯାଇଛି ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories