ଗୋନସିକା ମହୋତ୍ସବରେ ଜିଲ୍ଲାସ୍ତରୀୟ କବି ସମ୍ମେଳନ
କେନ୍ଦୁଝରଗଡ : କେନ୍ଦୁଝର ଜିଲା ପ୍ରଶାସନ ଆନୁକୁଲ୍ୟରେ ଓ ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦର ସହଯୋଗରେ କବିସମ୍ମେଳନ ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରାରମ୍ଭରେ ଜିଲା ପ୍ରଶାସନ ପକ୍ଷରୁ ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ସ୍ଵାଗତ ସମ୍ଭାଷଣ ଦେଇଥିବା ବେଳେ ମିଳନୀର ସମ୍ପାଦକ କବି ଡ.ଚିତ୍ତରଞ୍ଜନ ମିଶ୍ର ସଂପାଦକୀୟ ସୂଚନା ପ୍ରଦାନ କରିଥଲେ। ବିଶିଷ୍ଟ ଗବେଷକ ନିରଞ୍ଜନ ବାରିକ୍ ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାହିତ୍ୟଗଣାଭିମୁଖି ହେଲେ କାଳଜୟୀ ହୁଏ ବୋଲି ମତ ପ୍ରକାଶ କରିଥିଲେ। ଜିଲା ଲେଖିକା ସଂସଦର ଉପସଭାପତି ଶିକ୍ଷାବିତ ମମତା ରାଣୀ ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ ସୃଜନ ଶିଳ୍ପୀଙ୍କୁ ନିରନ୍ତର ସୃଜନରତ ହେବାକୁ ଆହ୍ବାନ ଦେଇଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ତାଂକର ସଭାପତୀୟ ଅଭିଭାଷଣରେ ସାହିତ୍ୟକୁ ସମାଜର ମାର୍ଗଦର୍ଶକ ଭାବରେ ଅଭିହିତ କରିଥିଲେ।
କବି ବିରଞ୍ଚି ନାରାୟଣ ସାମନ୍ତରାୟ ଓ କବୟିତ୍ରୀ ମନ୍ଦାକିନୀ କରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ନରହରି ମିଶ୍ର, ଅକ୍ଷୟ କୁମାର ବାରିକ୍, ଇନ୍ଦୁମତୀ ପାତ୍ର, ସଂତୋଷିନି ଦାଶ(ଗିରି), ଭରତ ଚନ୍ଦ୍ର ପାତ୍ର, ରିତାଞ୍ଜଳି ସାହୁ, ସୁଭଦ୍ରା ମହାନ୍ତ, ଗୀତାଞ୍ଜଳି ପାତ୍ର, ବୀଣାପାଣି ଜେନା, ଅମୂଲ୍ୟ ମିଶ୍ର, ରଙ୍ଗାଧର ବେହେରା, ପୃଥ୍ୱୀ ପଟ୍ଟନାୟକ, ବସନ୍ତ କୁମାର ବାରିକ୍, ଦେବଦର୍ଶନ ଦାଶ, ଗୀତାରାଣୀ ଦାଶ, କୈଳାଶ ଚନ୍ଦ୍ର ତନ୍ତୀ, ପ୍ରଦୀପ କୁମାର ରାଉତ୍, ଡାକ୍ତର ଭାରତୀ ବେହେରା, ଆର୍ଯ୍ୟବାଳା ମହାପାତ୍ର ,ସୌଦାମିନୀ ଆଚାର୍ଯ୍ୟ, ସେଖ ଅବଦୁଲ୍ ରେହେମନ୍, ଚନ୍ଦ୍ରପ୍ରଭା କର, ମନରଞ୍ଜନ ମହାନ୍ତି, ରତ୍ନାକର ମହାନ୍ତ, ଚିନ୍ମୟ ସାହୁ, ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ପ୍ରତାପ କର୍ମକାର, ରାମଚନ୍ଦ୍ର ସାହୁ, ରତ୍ନମଞ୍ଜରୀ ରାଉତ, ମିନତି ମିଶ୍ର, ରଙ୍ଗାଧର ମହାନ୍ତ, ପୁଷ୍ପଲତା ଜେନା, ପୁଷ୍ପହାସ ପଟ୍ଟନାୟକ ପ୍ରମୁଖ କବିତା ପାଠ କରିଥିଲେ। ମିଳନୀର ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.