ମଣ୍ଡଳ ସଭାପତି ଚୟନ ପାଇଁ ବୈଠକ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଆଜି ସାହାରପଡା ଓ ଉଦୟପୁର ମଣ୍ଡଳର ନୂତନ ସଭାପତି ଚୟନ ନିମନ୍ତେ ପୃଥକ ଭାବେ ୨ଟି ଯାକ ସ୍ଥାନରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଉପସ୍ଥିତିରେ ନିର୍ବାଚନ ଅଧିକାରୀ ରାମଚନ୍ଦ୍ର ସାହୁ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶିବାଜୀ ଗୌତମ ମହାନ୍ତ ବର୍ମା, ମଣ୍ଡଳ ସଭାପତି ନରହରି ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ପ୍ରମୁଖଙ୍କ ସହ ଅନ୍ୟ ପଦାଧିକାରୀ ମାନେ ଉପସ୍ଥିତ ରହି ନୂତନ ମଣ୍ଡଳ ସଭାପତି ଚୟନ ନିମନ୍ତେ ଆଲୋଚନା କରିଥିଲେ। କିଏ ନୂତନ ସଭାପତି ହେବେ ତାହା ଦଳର ମଙ୍ଗୁଆଳଙ୍କ ନିଷ୍ପତ୍ତି ଉପରେ ଛାଡି ଦିଆଯାଇଥିଲା। ତେବେ ଉଦୟପୁର ମଣ୍ଡଳ ପାଇଁ ନରହରି ମହାନ୍ତ, ରମେଶ ମୁଣ୍ଡା ଓ ଘନଶ୍ୟାମ ସାହୁ ଏବଂ ସାହାରପଡ଼ା ମଣ୍ଡଳ ପାଇଁ ବୁଲୁ ବାରିକ, ତ୍ରିଲୋଚନ ମହାନ୍ତ ଓ ରମେଶ ମହାନ୍ତଙ୍କ ନାମ ନୂଆ ମଣ୍ଡଳ ସଭାପତି ପଦପାଇଁ ପ୍ରସ୍ତାବ ଦିଆ ଯାଇଛି ବୋଲି ନିର୍ବାଚନ ଅଧିକାରୀ ରାମଚନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.