ମନ୍ଦିର ଚୋରୀ ଘଟଣାର ମାଷ୍ଟର ମାଇଣ୍ଡ ସମେତ ୩ ଗିରଫ
ଗଞ୍ଜାମ: ରମ୍ଭା ଓ ଗଞ୍ଜାମ ଥାନା ଅଞ୍ଚଳରେ ଶିବ ମନ୍ଦିର ଗୁଡିକରୁ ଗତ କିଛି ମାସ ମଧ୍ୟରେ ଚୋରି ହୋଇଥିଲା। ଚୋରି ଘଟଣାରେ ରମ୍ଭା ପୋଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାର ପରଦା ହଟାଇଛି ପୋଲିସ। ଚୋରୀ ଘଟଣାରେ ମାଷ୍ଟର ମାଇଣ୍ଡ ସମେତ ଦୁଇଜଣ ଲୁଟେରାକୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରମ୍ଭା ଥାନା ଆଇଆଇସି ସତ୍ୟବ୍ରତ ଭୁତ୍ତିଆ ସୂଚନା ଦେଇଛନ୍ତି। ସେମାନେ ହେଲେ ରମ୍ଭା ଥାନା ଲାଉପୁଟ ଭାସ୍କର ପ୍ରଧାନ (ରାଜୁ ), ବ୍ରହ୍ମପୁର ସଦର ଥାନା କୁକୁଡାଖଣ୍ଡି ଅଞ୍ଚଳର ଏସ ବାବୁଲା ଏବଂ ମଲାଡ଼ ଗୋଡ଼ିବନ୍ଧ ଏ ରାମଚନ୍ଦ୍ର। ଲୁଟରେ ବ୍ୟବହୃତ ଲୁହା ରଡ଼, ହାମର ଓ ଟଙ୍କା ସହ ଚୋରି ପାଇଁ ବ୍ୟବହୃତ ଜିନିଷ ଜବତ କରାଯାଇଥିବା ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି। ଚୋରି ହୋଇଥିବା ମନ୍ଦିର ସାବୁଲିଆ ଶିବ ମନ୍ଦିର, ସନ୍ତୋଷ ପୁର ସତ୍ୟସାଇ ମନ୍ଦିର, ଶତ୍ରୁଷୋଲ ମୁକ୍ତେଶ୍ଵର ମନ୍ଦିର, କଣ୍ଟିଆ ଗଡ଼ ନିକଟରେ ବଟେଶ୍ୱର ମନ୍ଦିର, ସlତୁଳୀ ମକରେଶ୍ୱର ମନ୍ଦିର, ବୋରିଗାଁ ଝାଡ଼େଶ୍ୱର ମନ୍ଦିର, ଦାମୋଦର ପୁର ଆଖଣ୍ଡଳମଣି ମନ୍ଦିର, ଏବଂ ମଲାଡ଼ର ଏକ ଗ୍ରୋସରୀ ଦୋକାନରୁ ଚୋରୀ କରିଥିବା ପୋଲିସ ସୂଚନା ଦେଇଛି।
Comments are closed.