ବଡଦିନ ପାଳନ ଶାନ୍ତି କମିଟି ବୈଠକ 

ରାଇକିଆ: ବଡ ଦିନ ଓ ନୂଆବର୍ଷ ଶାନ୍ତି ଶୃଙ୍ଖଳାରେ ପାଳନ କରିବାକୁ ରାଇକିଆ ପୁଲିସ ଅଧିକାରୀ ସୁରେଶ କୁମାର ତ୍ରିପାଠୀ ଅଧ୍ୟକ୍ଷତାରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ବିଭିନ୍ନ ସମ୍ପ୍ରଦାୟର ମୁଖିଆ, ବିଭିନ୍ନ ସଙ୍ଗଠନର ମୁଖିଆ, ଗଣମାଧ୍ୟମଙ୍କୁ ପ୍ରତିନିଧିଙ୍କୁ ନେଇ ଥାନା ପରିସରରେ ଥିବା ଗୃହରେ ଶାନ୍ତି କମିଟି ବୈଠକ ଆୟୋଜିତ ହୋଇଯାଇଛି। କମିଟିରେ ତହସିଲଦାର ସୁଭଦ୍ରା ମୁଣ୍ଡିକା, ବିଭିନ୍ନ ଧର୍ମାବଲମ୍ବୀ, ସଙ୍ଗଠନ କର୍ମକର୍ତ୍ତା, ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ଉପସ୍ଥିତ ଥିଲେ‌। ଶାନ୍ତି ଶୃଙ୍ଖଳା ପାଇଁ  ପୁଲିସ ଫୋର୍ସ ବିଭିନ୍ନ ଚର୍ଚ୍ଚରେ ମୃତୟନ, ଯାଞ୍ଚ, ବିଶୃଙ୍ଖଳା ସୃଷ୍ଟିକାରୀ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା, ହାଟସ୍ ଅପ୍ ଗୃପରେ କୈାଣସି ଭୁଲ୍ ତଥ୍ୟ ନ ଛାଡିବା, ପେଟ୍ରୋଲିଙ୍ଗି କଡାକଡି, ଦ୍ରୁତଗାମୀ ଗାଡିକୁ ନିୟନ୍ତ୍ରଣ, ଅପ୍ରୀତିକର କୈାଣସି ଖବର ପାଇଲେ ତୁରନ୍ତ ପୁଲିସଙ୍କୁ ଖବର ଦେବାପାଇଁ କୁହାଯାଇଛି।

Comments are closed.