www.samajalive.in
Monday, December 8, 2025
16.1 C
Bhubaneswar

କଂଗ୍ରେସ କାର୍ଯ୍ୟାଳୟରେ ୨ ଘଣ୍ଟା ଧରି ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଲେ କାର୍ଯ୍ୟକର୍ତ୍ତା, ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ କଂଗ୍ରେସର ରାଜ୍ୟ ମୁଖ୍ୟାଳୟରେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁକୁ ନେଇ ବିବାଦ ଆରମ୍ଭ ହୋଇଛି। ମୃତ କାର୍ଯ୍ୟକର୍ତ୍ତା ଜଣକ ୨ ଘଣ୍ଟା ଧରି କାର୍ଯ୍ୟାଳୟରେ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇ ନ ଥିଲା। ଶେଷରେ ୨ ଘଣ୍ଟା ପରେ ଡାକ୍ତରଖାନା ନେବା ବେଳକୁ ତାଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଘଟଣାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାର୍ଯ୍ୟକର୍ତ୍ତାଙ୍କର କିପରି ମୃତ୍ୟୁ ଘଟିଲା ତାହାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଏହି ମାମଲାରେ ଫୋରେନସିକ ଟିମ କାର୍ଯ୍ୟାଳୟରେ ପହଞ୍ଚିତ ତଦନ୍ତ ଚଳାଇଛି। ତେବେ ଟିମ ପହଞ୍ଚିବା ବେଳକୁ ଉକ୍ତ ସ୍ଥାନକୁ ସଫାସୁତରା କରିଦିଆଯାଇଥିଲା, ଯାହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ପୁଲିସ କାର୍ଯ୍ୟାଳୟରେ ଉପସ୍ଥିତ ଥିବା କଂଗ୍ରେସର ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କୁ ୩ ଘଣ୍ଟା ଧରି ପଚରାଉଚରା କରିଛି। ହେଲେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ସେ ବିଷୟରେ କୌଣସି କାର୍ଯ୍ୟକର୍ତ୍ତା ମୁହଁ ଖୋଲିନାହାନ୍ତି। କାର୍ଯ୍ୟକର୍ତ୍ତା ଜଣକ ସଂଜ୍ଞାହୀନ ଅବସ୍ଥାରେ ପଡ଼ିରହିବା ପରେ କିପରି ତାଙ୍କୁ କେହି ଡାକ୍ତରଖାନା ନେଲେ ନାହିଁ ତାହା ସନ୍ଦେହଘେରରେ ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories