www.samajalive.in
Tuesday, December 9, 2025
26.1 C
Bhubaneswar

ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ: ମଙ୍ଗଳବାର ରାଶିଫଳ

ମେଷ: ଗୁରୁ, ଗୁରୁଜନ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ନିକଟରେ ବିନୟାବନତ ଭାବ ପ୍ରଦର୍ଶନ କରିପାରନ୍ତି। ସରକାରୀ ଓ ବେସରକାରୀ ଅର୍ଥ ପ୍ରାପ୍ତ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ସମ୍ମାନିତ ହେବେ। କର୍ମଠ ହେବେ।
ବୃଷ: ଧନବାନ୍‌ ହେବେ। ଗୋଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ଆଭୂଷଣ ପ୍ରିୟ ହେବେ। ପରିଧାନ ପ୍ରତି ଉଚ୍ଚାକାଂକ୍ଷୀ ହେବେ। ଦୀନ ଦରିଦ୍ରଙ୍କୁ ଭୋଜନ ଦାନ କରି ଧର୍ମ ଅର୍ଜନ କରିବେ। ସୁସ୍ଥ ରହିବେ।
ମିଥୁନ: ଥଣ୍ଡାଜ୍ବର କାରଣରୁ ଶରୀର କ୍ଷୀଣ ହୋଇପାରେ। କର୍ମକ୍ଷେତ୍ରରେ ବାଧା, ବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ପୁତ୍ର, କନ୍ୟାମାନେ ଅପରୂପ ସୌନ୍ଦର୍ଯ୍ୟସମ୍ପନ୍ନ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ।

କର୍କଟ:  ମନୋହାରିଣୀ, ସୌଭାଗ୍ୟଯୁକ୍ତା, କଳଙ୍କ ରହିତା ଓ ସଂଯତା କନ୍ୟାକୁ ଧର୍ମପତ୍ନୀଭାବେ ପ୍ରାପ୍ତ ହୋଇପାରନ୍ତି। ଦିନଟି ସୁଖଦାୟକ ହେବ। ଶୁଭଙ୍କର ଘଟଣାମାନ ଘଟିବ। ସୁସ୍ବାଦୁ ଭୋଜନ ସହ ଆନନ୍ଦ ମିଳିବ।
ସିଂହ: ଉଦ୍‌ଯୋଗୀ ପତ୍ନୀଙ୍କ କର୍ମ କୁଶଳତାରୁ ଧନବାନ୍‌ ହୋଇପାରନ୍ତି। ଆପଣଙ୍କ ବ୍ୟକ୍ତିତ୍ବ ପ୍ରଭାବରେ ଶତ୍ରୁମାନେ ଅପସରି ଯାଇପାରନ୍ତି। ପୁତ୍ର, ପତ୍ନୀଙ୍କ ସହାୟତାରେ ଋଣ ପରିଶୋଧ କରିପାରନ୍ତି। ଧାର୍ମିକ ହେବେ।

- Advertisement -

କନ୍ୟା: କନ୍ୟାମାନେ ପତିପ୍ରିୟା ହେବେ ଓ ଶାସ୍ତ୍ରାଦି ଗୁଣ ଭୂଷିତା ହେବେ। ସୁବକ୍ତା ହୋଇପାରନ୍ତି। ସେହି କନ୍ୟାମାନଙ୍କ ମଧ୍ୟରୁ କେତେକ ସ୍ବୟଂସିଦ୍ଧା ହୋଇ ଧନ ଅର୍ଜନରେ ପାରଙ୍ଗମ ହେବେ।
ତୁଳା: ଶୌର୍ଯ୍ୟଯୁକ୍ତ ଓ ଯୁଦ୍ଧପ୍ରିୟ ହେବେ। କଥାବାର୍ତ୍ତାରେ ଅନ୍ୟର ମନକୁ ମୋହିତ କରିପାରନ୍ତି। ସଦାସର୍ବଦା ହାସ୍ୟମୁଖ ରହିବେ। ଅନୁକୀର୍ତ୍ତନରୁ ଆନନ୍ଦ ଅନୁଭବ କରିପାରନ୍ତି। ଯାନବାହନ ସୁଖ ମିଳିପାରେ।

ବିଛା: ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ବାରା ପ୍ରଶଂସିତ ହୋଇପାରନ୍ତି। ଉପୁଜିଥିବା ଅଶାନ୍ତିର ଅବସାନ ଘଟିବ। କର୍ମକ୍ଷେତ୍ରରେ ଜ୍ଞାନଗରିମା ପ୍ରୟୋଗ କରି ଅଧିକ ଲାଭବାନ୍‌ ହୋଇପାରନ୍ତି। ଧର୍ମଜ୍ଞ ହେବେ।
ଧନୁ: ସ୍ଥିର ସମ୍ପତ୍ତିରୁ ସୁଧ ଆକାରରେ ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହେବେ। ସୁଯୋଗ ଅର୍ଜନ କରି ହିତାଧିକାରୀଙ୍କ ଆଶୀର୍ବାଦରୁ ଧନବାନ୍‌ ହେବେ। ରସାୟନ ବିଷୟ ଓ ଧର୍ମକ୍ରିୟାରୁ ଧନ ପ୍ରାପ୍ତ ହେବେ।
ମକର: ଆୟ ଊଣା ହେବ ନାହିଁ। ଭାଗ୍ୟ ଉପରେ ନିର୍ଭରଶୀଳ ନ ହୋଇ କର୍ମ କୁଶଳତାରୁ ଉଚ୍ଚାସନରେ ଆସୀନ ହେବେ। ଅବିଶ୍ବାସୀ ବନ୍ଧୁଙ୍କଠାରେ କପଟ ସ୍ନେହ ପ୍ରଦର୍ଶନ କରିବେ। ଆହାର ସୁଧାର ହେବ।

କୁମ୍ଭ:ଦେବ କାର୍ଯ୍ୟରେ ବ୍ରହ୍ମ ଉପାସକଙ୍କ ହିତାର୍ଥେ, ସିଦ୍ଧ ତପସ୍ବୀମାନଙ୍କ ସ୍ନେହାଶୀର୍ବାଦରୁ, ସାଧୁମାନଙ୍କ କଲ୍ୟାଣରୁ ଧନବନ ଓ ମନବଳକୁ ଦୃଢ଼ କରି ସଂଗ୍ରାମୀ ମନୋବୃତ୍ତିରେ ଧନ ବ୍ୟୟ କରିବେ।
ମୀନ: ବହୁ ପ୍ରକାରର ଲାଭଯୁକ୍ତ ହେବେ। ମିତ୍ରଠାରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ମିଳିପାରେ। ସମ୍ମାନିତ ହେବା ସହିତ ସମ୍ବର୍ଦ୍ଧନାରୁ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories