ଓସିଏ ଷ୍ଟିୱାର୍ଟ ବାଳିକା କ୍ରିକେଟ ଏକାଡେମୀ ଉଦ୍‌ଘାଟିତ

କଟକ : ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଅନୁବନ୍ଧିତ ୟୁନିଟ୍‌ ଷ୍ଟିୱାର୍ଟ ବିଦ୍ୟାଳୟ କଟକ ପରିସରରେ ଷ୍ଟିୱାର୍ଟ ବାଳିକା କ୍ରିକେଟ ଏକାଡ଼େମୀ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ମହିଳା କ୍ରିକେଟକୁ ପ୍ରୋତ୍ସାହନ ସହ ଅାଗକୁ ବଢିବାର ସୁଯୋଗ ଦେବା ଲକ୍ଷ୍ୟରେ ଓସିଏ ଏଭଳି ପଦକ୍ଷେପ ନେଇଛି। ଉକ୍ତ ଏକାଡ଼େମୀକୁ ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ନରେନ୍ଦ୍ର ହିରୱାନି ଓ ପୂର୍ବତନ ମହିଳା କ୍ରିକେଟର ସ୍ବାଗତିକା ରଥ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟିୱାଟ ବିଦ୍ୟାଳୟ ଅଧ୍ୟକ୍ଷା ଡି ମାର୍ଟିନା, ସମ୍ପାଦକ ବି.ଡି ଦାସ, ଓସିଏ ସଦସ୍ୟ ତଥା ଷ୍ଟିୱାର୍ଟ ପ୍ରତିଷ୍ଠାନର କ୍ରୀଡ଼ା ସଂଯୋଜକ ଶୁଭାଶିଷ ସାହୁ, ସୁଶାନ୍ତ କୁମାର ମହାନ୍ତି, ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ  ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଓସିଏର ଭିଜନ-୨୦୨୪ ଅନ୍ତର୍ଗତ ତୃଣମୂଳସ୍ତରରୁ କ୍ରିକେଟର ବିକାଶ ନେଇ ୩୦ ଗୋଟି ଜିଲାରେ ମୋଟ୍‌ ୪୧ଟି କ୍ରିକେଟ ଏକାଡ଼େମୀ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି।

ଏହି ଯୋଜନା ଅନ୍ତର୍ଗତ ଷ୍ଟିୱାର୍ଟ ବିଦ୍ୟାଳୟ ପରିସରରେ ଏକ ବାଳିକା କ୍ରିକେଟ ଏକାଡ଼େମୀ ନିର୍ମାଣ କରାଯାଇଛି। ଷ୍ଟିୱାର୍ଟ ମହିଳା କ୍ରିକେଟ ଏକାଡ଼େମୀରେ ମହିଳା ଖେଳାଳିମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ। ଆଗାମୀ ଦିନରେ ଉକ୍ତ ଏକାଡ଼େମୀରେ ଓସିଏ ପକ୍ଷରୁ ବିସିସିଆଇ ମହିଳା କ୍ରିକେଟ ପ୍ରଶିକ୍ଷଣ ଶିବିର ମଧ୍ୟ ଆୟୋଜନ କରାଯିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।

Comments are closed.