୫ ବର୍ଷରେ ୪୦୩ଟି ହାତୀ ମୃତ୍ୟୁ
ଭୁବନେଶ୍ୱର:ବିଗତ ୫ ବର୍ଷରେ ରାଜ୍ୟରେ ୪୦୩ଟି ହାତୀ ମୃତ୍ୟୁବରଣ କରିଅଛନ୍ତି I ରାଜ୍ୟରେ ହାତୀମାନଙ୍କ ଅସ୍ବଭାବିକ ମୃତ୍ୟୁକୁ ରୋକିବା ପାଇଁ ସେମାନଙ୍କର ବାସସ୍ଥଳୀର ସୁରକ୍ଷା ଓ ସମୃଦ୍ଧି, ସେମାନଙ୍କ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣ ଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି ଜଙ୍ଗଲ ନିଆଁରୁ ରକ୍ଷା, ଶିକାର ନିରୋଧକ ଶିବିର, ଜଙ୍ଗଲରେ ପଇଁତରା, ବୈଷୟିକ ଜ୍ଞାନ କୌଶଳର ଉପଯୋଗୀତା ଦ୍ବାରା ବନ୍ୟପ୍ରାଣୀ ଓ ଶିକାରୀଙ୍କ ଗତିବିଧି ନିରୀକ୍ଷଣ. ଆଣ୍ଟି ଡିପ୍ରେଡେସନ/ଆଣ୍ଟି ପୁଚିଙ୍ଗ ସ୍କ୍ୱାର୍ଡ ମୁତୟନ, ଜନ ସଚେତନତା ଇତ୍ୟାଦି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବିଧାନସଭାରେ ବିଧାୟିକା କୁମାରୀ ସଞ୍ଜଳି ମୁର୍ମୁ ହାତୀ ମୃତ୍ୟୁ ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହା କହିଛନ୍ତିI
ଗତ ୧୦ ବର୍ଷ (୨୦୧୪-୧୫ ଠାରୁ ୨୦୨୩-୨୪) ମଧ୍ୟରେ ରାଜ୍ୟରେ ମଇ, ୨୦୧୫, ମଇ, ୨୦୧୭ ରେ ହାତୀ ଗଣନା ହୋଇଥିଲା ଏବଂ ଚଳିତ ବର୍ଷ ମଇ, ୨୦୨୪ ଏବଂ ନଭେମ୍ବର, ୨୦୨୪ ରେ ହାତୀ ଗଣନା ହୋଇଛି। ଏହି ସମଗ୍ର ଗଣନାରେ ଯଥାକ୍ରମେ ୧୯୫୪, ୧୯୭୬, ୨୦୯୮ ଏବଂ ୨୧୦୩ ଗୋଟି ହାତୀ ରାଜ୍ୟରେ ଥିବାର ଜଣାଯାଇଛି। ଗତ ୧୦ ବର୍ଷ (୨୦୧୪-୧୫ ଠାରୁ ୨୦୨୩-୨୪) ଏବଂ ଚଳିତ ବର୍ଷ ୨୦୨୪-୨୫, ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟରେ ୮୫୭ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି ବୋଲି ୧୦ ବର୍ଷ ମଧ୍ୟରେ ହାତୀଙ୍କର ବନଖଣ୍ଡୱାରୀ ତାଲିକା ସମ୍ପର୍କରେ ବିଧାୟକ ପ୍ରଶାନ୍ତ କୁମାର ଜଗଦେବଙ୍କ ଉତ୍ତର ରଖି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି I
Comments are closed.