ଗୁଣିଆକୁ ହତ୍ୟା କରି ଜାଳିଦେବା ଘଟଣାରେ ୫ ଗିରଫ
ଲକ୍ଷ୍ମୀପୁର : ଗୁଣିଆ ସନ୍ଦେହରେ ହତ୍ୟା ପରେ ପୋଡ଼ି ଜାଳି ଦେବା ଘଟଣାରେ ୫ ଜଣଙ୍କୁ ପୁଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଲକ୍ଷ୍ମୀପୁରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋବ୍ରତା ଶତପଥୀ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି । ଗିରଫ ଅବିଯୁକ୍ତମାନଙ୍କ ମଧ୍ୟରେ ରହିଛନ୍ତି ଜାରପା ଗ୍ରାମର ଜାଗ୍ମା ମିଣିଆକା, କେଶରୀ ମିଣିଆକା, ରୁପା ମିଣିଆକା, ଡୁମୁରି ମିଣିଆକା ଓ ଗଜାବାଡ଼ି ଗ୍ରାମର ଜାଗଲି ମିଣିଆକା। କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ନିର୍ଦ୍ଦେଶ ଏହି ଘଟଣାର ତଦନ୍ତ କରଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି କୋରାପୁଟ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ନିର୍ଦ୍ଦେଶ ଏହି ଘଟଣାର ତଦନ୍ତ କରଯାଇଥିଲା । କୋରାପୁଟ ଜିଲା ବନ୍ଧୁଗାଁ ଥାନା ଅଞ୍ଚଳରେ ଏକ ବିଚିତ୍ର ଘଟଣା ଘଟିଛି। ଜଣେ ବ୍ଯକ୍ତିଙ୍କ ମୃତ୍ୟୁ ଗୁଣିଆ କୃତ ସନ୍ଦେହରେ ମୃତକଙ୍କ ପରିବାର ଗୁଣିଆକୁ ହତ୍ୟା କରି ଜାଳିଦେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ଯ ସୃଷ୍ଟି କରିଛି। ଉକ୍ତ ଘଟଣା ଆଦିବାସୀ ଅଧ୍ୟୁଷିତ ବନ୍ଧୁଗାଁ ଥାନା ଅଧିନସ୍ଥ ଗାରେଡ଼ି ପଞ୍ଚାୟତ ଜାରପା ଗ୍ରାମରେ ସୋମବାର ଘଟିଥିଲା ।
ସୂଚନା ଅନୁଯାୟୀ ଗ୍ରାମର ଦୋଷ ମିଣିଆକା ରୋଗରେ ପଡ଼ିଥିଲେ, ସେ ସୁସ୍ଥ ନହୋଇ ମୃତ୍ୟୁ ବରଣ କରିଥିଲେ। ପରିଜନମାନେ ଦୋଷଙ୍କ ମୃତ ଦେହକୁ ନେଇ ଗାଁ ଶ୍ମଶାନରେ ଦାହ କରିଥିଲେ। ଏହି ସମୟରେ ଗ୍ରାମର ଶିବ ମିଣିଆକା କିଛି ଲୋକଙ୍କ ସହିତ କୁଆଡ଼େ ମଦି ପିଉଥିଲେ। ତେବେ ଦୋଷଙ୍କ ମୃତ୍ୟୁ ସମ୍ପର୍କରେ ସେ ଆଲୋଚନା କରୁଥିଲେ , ଯଦ୍ବାରା ଗୁଣି କରାଯାଇ ମରାଯାଇଥିବା ସେମାନଙ୍କ ସନ୍ଦେହ ହେବାରୁ ଏକ ଠେଙ୍ଗାରେ ପିଟି ପିଟି ଶିବଙ୍କୁ ହତ୍ଯା କରିବା ସହିତ ତାଙ୍କ ମୃତ ଦେହକୁ ନେଇ ଦୋଷଙ୍କ ଜୁଇରେ ପକାଇ ପୋଡ଼ି ଦେଇଥିଲେ। ଖବର ପାଇ ବନ୍ଧୁଗାଁ ଥାନା ଅଧିକାରୀ ପ୍ରସନ୍ନ ମିଶ୍ର ଗାଁରେ ପହଞ୍ଚିଥିଲେ। ଗିରଫ ଭୟରେ ଲୋକେ ଲୁଚି ଥିଲେ। ଏନେଇ ଏକ ମାମଲା ରୁଜ୍ଜୁ ହେବା ସହିତ ଦୁଇ ଜଣଙ୍କୁ ପଚରା ଉଚରା ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଥିଲା। ସେହିପରି ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଶ୍ମଶାନରୁ ପାଉଁଶ ଜବତ କରିବା ସହିତ ହତ୍ଯାରେ ବ୍ଯବହୃତ ଠେଙ୍ଗାକୁ ମଧ୍ୟ ଜବତ କରିଥିଲେ । ଏହି ଘଟଣା ଅକଳରେ ଚାଞ୍ଚଲ୍ଯ ଖେଳାଳି ଦେଇଛି।
Comments are closed.