www.samajalive.in
Sunday, December 7, 2025
18.1 C
Bhubaneswar

ଯୁବକଙ୍କୁ ପିଟି ପିଟି ହତ୍ୟା: ହତ୍ୟାକାଣ୍ଡ ପରେ ଉତ୍ତେଜନା ପ୍ରକାଶ, ବିଶୃଙ୍ଖଳା ପରିସ୍ଥିତି ନଘଟିବା ପାଇଁ ପୁଲିସ ଫୋର୍ସ ମୁତୟନ

ଝାରସୁଗୁଡ଼ା: ଯୁବକଙ୍କୁ ପିଟିପିଟି ହତ୍ୟା ପରେ ବିଲରେ ଫିଙ୍ଗି ଦିଆଯାଇଥିବା ସୂଚନା ମିଳିଛି। ଲଇକେରା ଥାନା ସାଲେଟିକା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଯୁବକଙ୍କୁ ହତ୍ୟା ପରେ ବିଲରେ ମୃତଦେହ ଫିଙ୍ଗିଦେଲେ ଦୁର୍ବୁତ୍ତ। କିଏ ଓ କାହିଁକି ହତ୍ୟା କଲା କାରଣ ଅସ୍ପଷ୍ଟ ରହିଥିବାବେଳେ ଲଇକେରା ଥାନା ପୁଲିସ ଛାନଭିନ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ ସାମାନ୍ୟ ବଚସା ଉଗ୍ରରୂପ ଧାରଣ କରିଥିଲା ଏବଂ ଉତ୍ୟକ୍ତ ହୋଇ ଜଣେ ଯୁବକଙ୍କୁ ପିଟି ପିଟି ମାରିଦେଲେ। ଝାରସୁଗୁଡା ଜିଲା ଲଇକେରା ଥାନା ଅନ୍ତର୍ଗତ ସାଲେଟିକ୍ରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକଙ୍କ ନାମ  ରଜତ ରାଜହଂସ ବୋଲି ଜଣାପଡ଼ିଛି। ଗୁରୁବାର ସକାଳେ ରଜତ ଛକକୁ ଯାଇଥିବା ବେଳେ କୌଣସି କଥାକୁ ନେଇ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତତର୍କ ହୋଇଥିଲା ଏବଂ ପରବର୍ତ୍ତି ସମୟରେ ଏହା ଗଣ୍ଡଗୋଳ ରୂପ ନେଇଥିଲା। ଗଣ୍ଡଗୋଳ କରଥିବାଙ୍କୁ ରଜତ ଏକ  ଚାପୁଡ଼ା ମାରିଥିଲେ।

- Advertisement -

ଏଥିରେ ଉକ୍ତ ବ୍ୟକ୍ତିଙ୍କ ପୁଅ ଓ କିଛି ସାଙ୍ଗ ଆସି ରଜତଙ୍କୁ ଏକ ଫାର୍ମ ହାଉସକୁ ଟେକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେମାନେ ହତ୍ୟା କରିବା ପରେ  ରଜତଙ୍କ ମୃତଦେହକୁ ଗାଁ ବାହାରେ ଥିବା ଏକ କ୍ଷେତରେ ଫିଙ୍ଗି ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି  ଓ ଘଟଣା ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି।  ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନଘଟିବା ପାଇଁ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories