ସିପିଆଇ(ଏମ) ଅଭିଯାତ୍ରୀ ଦଳକୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା
ଧାମରା : ଜାତୀୟ ସଂପତ୍ତି ର ଘରୋଇକରଣ ବଂଦ କର, ଓଡିଶା ର ସମସ୍ତ ପଞ୍ଚାୟତରେ ସରକାରୀ ଧାନ କ୍ରୟ ମଣ୍ଡି ଖୋଲ, ଧାନକିଣା ରେ ଟୋକନ ବ୍ୟବସ୍ଥା ବାତିଲ କରି ସମସ୍ତ ଚାଷୀ ଓ ଭାଗଚାଷୀ ମାନଙ୍କ ଠାରୁ ପ୍ରତ୍ୟେକ୍ଷ ଧାନ କିଣ, ଓଡିଶାରେ ନିଯୁକ୍ତି ଭିତ୍ତିକ ସରକାରୀ କାରଖାନା ଖୋଲ, ଓଡିଶା ର ସମସ୍ତ ଶିକ୍ଷା ନୁଷ୍ଠାନରେ ଖାଲିପଡିଥିବା ପଦବୀ ପୂରଣ କର, ଭଦ୍ରକ- ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଗାଡି ଚଲାଅ, ଧାମରା ବନ୍ଦରରେ ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଆଦି ଦାବି ନେଇ ସିପିଆଇଏମ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଅଭିଯାତ୍ରୀ ଦଳ ଆଜି ତୃତୀୟ ଦିନରେ ପିରହାଟ ବଜାର, ଚାନ୍ଦବାଲି ବଜାର, ମତୋ ବଜାର, ମଉସୁଧା ବଜାର, ଚର୍ଦିଆ, ନଳଗୋହିରା, ଯଶିପୁର, ଘଣ୍ଟେଶ୍ୱର, ଜନ୍ତୁଆଳି- ନୂଆଗାଁ, ବାଂଶଡା, କଇଥକୋଲା, ଦୁସିଂଗା, ଧାମରା ଆଦି ସ୍ଥାନରେ ପଥପ୍ରାନ୍ତ ସଭା କରିଛନ୍ତି ।
ଏହି ଅଭିଯାତ୍ରୀ ଦଳକୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ରେ ସାଧାରଣ ଲୋକଙ୍କ ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସଭାରେ ସିପିଆଇଏମ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ତଥା ସ୍ତମ୍ଭକାର ସନ୍ତୋଷ ଦାସ, ସିପିଆଇଏମ ରାଜ୍ୟ କମିଟି ସଭ୍ୟା ତାପସୀ ପ୍ରହରାଜ, ସିପିଆଇ(ଏମ) ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ବିକାଶ ନାଥ, ଜିଲ୍ଲା କମିଟି ସଭ୍ୟ ସର୍ବଶ୍ରୀ ମଳୟ ଭୋଇ, ଗିରିଧାରୀ ନାଥ, ବିଷ୍ଣୁ ଦାଶ, ବରିଷ୍ଠ ବାମପନ୍ଥୀ ନେତା ବ୍ରହ୍ମାନନ୍ଦ ପରିଡା,କାର୍ତ୍ତିକ ଖିଲାର, ଜୟୀରାମ ଦାସ, ଚକ୍ରଧର ଦାସ, ଇଂ କାହ୍ନୁ କିଶୋର ସାହୁ, ନବଘନ ନାଥ,କୀର୍ତ୍ତନ ବିଶ୍ବାଳ, ଗଙ୍ଗାଧର ମହାଳିକ, ଯୁବ ନେତା ଆଲୋକ ନାଥ ପ୍ରମୁଖ ସାମିଲ ହୋଇ ଆସନ୍ତା ଡିସେମ୍ବର ୧୬ କଟକ ସମାବେଶ କୁ ସଫଳ କରିବାକୁ ନିବେଦନ କରିଥିଲେ ।
Comments are closed.