www.samajalive.in
Saturday, December 6, 2025
26.1 C
Bhubaneswar

ସୂଚନା ପ୍ରଯୁକ୍ତି- ଆଇଟି ସକ୍ଷମ ସେବା ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଶିକ୍ଷଣକୁ ଗୁରୁତ୍ୱ

ଭୁବନେଶ୍ୱର: ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ଏଜୁକେସନ ସର୍ଭିସେସ୍ (ଆଇଟିଇଇଏସ୍)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ନଟରାଜନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଓଡ଼ିଶା ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସାକ୍ଷାତ କରିବା ସହ ଏକ ବୈଠକରେ ଯୋଗଦେଇଥିଲେ ।

ସେମିକଣ୍ଡକ୍ଟର ଶିଳ୍ପର ବ୍ୟାପକତା ଏବଂ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ପ୍ରଯୁକ୍ତିବିଦ୍ୟାକୁ ଶକ୍ତି ଯୋଗାଇବାର ଗୁରୁତ୍ୱ ଦୃଷ୍ଟିରୁ ଉଭୟ ଓଡ଼ିଶା ତଥା ସମଗ୍ର ଦେଶରେ ସେମିକଣ୍ଡକ୍ଟର ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳର ବଢୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି ଏବଂ ଆଇଟି-ସକ୍ଷମ ସେବାଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ପ୍ରସ୍ତାବ ଅନୁଷ୍ଠିତ ବୈଠକରେଦିଆଯାଇଥିଲା ।

- Advertisement -

ପ୍ରଧାନମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ବେଳେ ଆନ୍ତର୍ଜାତିକ ସ୍ତରୀୟ ଦକ୍ଷତା ବୃଦ୍ଧି ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଇଣ୍ଟର୍ଣ୍ଣମାନଙ୍କ ସହ ତାଙ୍କର ବାର୍ତ୍ତାଳାପ ଏବଂ ପରବର୍ତ୍ତୀ ସମୟରେ ନିକଟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଓଡ଼ିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଆଇଟିଇଇଏସ୍, ସିଙ୍ଗାପୁର ଗସ୍ତ ଏବଂ ଆଲୋଚନା ଆଧାରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟକୁ ଉନ୍ନତ ଉତ୍ପାଦନର କେନ୍ଦ୍ର ଭାବରେ ଅବସ୍ଥାପିତ କରିବା ସଂପର୍କରେ ଓଡ଼ିଶା ସରକାର ରଣନୈତିକ ଗୁରୁତ୍ୱ ସହିତ ଏହି କ୍ଷେତ୍ରରେ ଏକ ଦକ୍ଷ ଶ୍ରମଶକ୍ତିର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି । ଉତ୍ପାଦ କିମ୍ବା ସେବା ସୃଷ୍ଟି କରିବା ପାଇଁ ଉନ୍ନତ ଜ୍ଞାନକୌଶଳ ଆବଶ୍ୟକ କରୁଥିବା ହାଇଟେକ୍ ଶିଳ୍ପଗୁଡ଼ିକର ପ୍ରତିଭା ସମ୍ପନ୍ନ ଦକ୍ଷ ମାନବ ସମ୍ବଳର ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ଅଧୀନରେ ଏକ ସୁଦୃଢ଼ ଇକୋସିଷ୍ଟମ୍ ସୃଷ୍ଟି କରିବାର ବ୍ୟାପକ ଦୃଷ୍ଟିକୋଣ ସହ ଏହା ଯୋଡ଼ି ହୋଇଛି।

ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପୁଞ୍ଜିନିବେଶ କରି ଏବଂ ଶିଳ୍ପ ଭାଗିଦାରୀ ସ୍ଥାପନ କରି ଓଡ଼ିଶା ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ଏବଂ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହା ଦେଶର ଆତ୍ମନିର୍ଭରଶୀଳତାରେ ପ୍ରମୁଖ ଯୋଗଦାନ କରିବାକୁ ଲକ୍ଷ୍ୟ ରଖିଛି ।

ସିଙ୍ଗାପୁରର ପ୍ରତିନିଧିଙ୍କ ସହ ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଥିବା ଏହି ବୈଠକରେ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଏନ୍.ବି.ଏସ୍.ରାଜପୁତ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ଓଡ଼ିଶା ସରକାରଙ୍କ ମୁଖ୍ୟ ଦକ୍ଷତା ଅଧିକାରୀ ବ୍ରୁସ୍ ପୋହ ଏବଂ ଏସଡିଟିଇ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ପିନାକୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ପ୍ରତିନିଧିମାନେ ଓଡ଼ିଶା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରରେ ଚାଲିଥିବା ବିଭନ୍ନ କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିବା ସହ ଓଡ଼ିଶାର ଦକ୍ଷତା ଇକୋସିଷ୍ଟମକୁ ଆହୁରି ଉନ୍ନତ କରିବା ପାଇଁ ନିରନ୍ତର ବୈଶ୍ୱିକ ଭାଗିଦାରୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଆଇଟିଇଇଏସ୍ ର ସିଇଓ ଏବଂ ଓଡ଼ିଶା ସରକାରଙ୍କ ମୁଖ୍ୟ ଦକ୍ଷତା ଅଧିକାରୀ ମଧ୍ୟ ଏହି ଆବଶ୍ୟକତାଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଆଇଟି-ଆଇଟିଇଏସ୍ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ଉଭୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ଖୁବ୍ ଶୀଘ୍ର ଏକ ବିସ୍ତୃତ ପ୍ରସ୍ତାବ ଦାଖଲ କରାଯିବା ସମ୍ପର୍କରେବୈଠକରେ ଆଲୋକପାତ କରାଯାଇଥିଲା ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories