ଧାନକିଣା ନିମନ୍ତେ ସଚେତନତା ବ୍ୟାପକ ସଚେତନତା ସୃଷ୍ଟି, ପଞ୍ଚାୟତ ସ୍ତରରେ ନିୟୋଜିତ ସାଂସ୍କୃତିକ ଦଳ

ଭୁବନେଶ୍ବର : ଚଳିତ ଖରିଫ ଋତୁରେ ଧାନ ବିକ୍ରୟ ନିମନ୍ତେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଚାଷୀମାନେ ପଞ୍ଜିକରଣ ଠାରୁ ଆରମ୍ଭ କରି ଟୋକନ ପାଇବା, ଧାନର ମାନ ଓ ଧାନ ବିକ୍ରୟ, ସର୍ବନିମ୍ନ ସାଧାରଣ ମୂଲ୍ୟ ପାଇବା ଆଦି ସମ୍ପର୍କରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରାଯାଉଛି । ରାଜ୍ୟର ସମସ୍ତ ବ୍ଲକ ଓ ଜିଲ୍ଲା ସ୍ତରରେ ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

ସଚେତନତା ସୃଷ୍ଟି ପାଇଁ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିଲା ଓ ବ୍ଲକ ମୁଖ୍ୟାଳୟରେ ହୋଡିଂ ଲଗାଯାଇ ଚାଷୀ ମାନଙ୍କ ଉନ୍ନତି ପାଇଁ ସରକାର ନେଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବାର୍ତ୍ତା ଦିଆଯାଉଛି। ଏପରିକି ମଣ୍ଡି ଗୁଡିକରେ ମଧ୍ୟ ପୋଷ୍ଟର ଓ ଫ୍ଲେକ୍ସ ଦ୍ୱାରା ଚାଷୀ ମାନଙ୍କୁ ଧାନ ବିକ୍ରି ସଂକ୍ରାନ୍ତୀୟ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରାଯାଉଛି । ଧାନ ବିକ୍ରୟ ନୀୟମ ଓ ଅଭିଯୋଗ କରିବାର ମାଧ୍ୟମ ସମ୍ପର୍କରେ ପତ୍ରିକା ଦ୍ୱାରା ସୂଚନା ଦିଆଯାଉଛି।

ଏତଦବ୍ୟତୀତ ସମ୍ପୃକ୍ତ ଜିଲ୍ଲାରେ ଅନୁଷ୍ଠିତ ପର୍ବପର୍ବାଣି ଓ ଉତ୍ସବ ସମୟରେ ମଧ୍ୟ କୃଷକ ମାନଙ୍କୁ ସଚେତନତା କରାଯାଉଛି। ବିଭିନ୍ନ ଅଡିଓ ଓ ଭିଡିଓ ଭ୍ୟାନ ମାଧ୍ୟମରେ ସେହି ଜିଲ୍ଲାରେ ଧାନ କିଣା ନିମନ୍ତେ ନିର୍ଦ୍ଧାରିତ ତାରିଖ ଓ ପ୍ରକ୍ରିୟା ସମ୍ପର୍କରେ ସୂଚନା ପ୍ରଦାନ କରାଯଉଛି। ଏପରିକି ପାଲା, ଦାସକାଠିଆ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦ୍ୱାରା ଧାନକିଣା ବାର୍ତ୍ତା ଦିଆଯାଉଛି। କ୍ଷେତ୍ର ସ୍ତରୀୟ ଅଧିକାରୀ ମାନେ ବିଭିନ୍ନ ପଞ୍ଚାୟତ ବୁଲି ଚାଷୀ ମାନଙ୍କୁ ଧାନ କିଣା ଉପରେ ଅବଗତି କରାଉଛନ୍ତି। ଏପରିକି ବିଭିନ୍ନ ଟେଲିଭିଜନ ଓ ରେଡ଼ିଓ ଗଣମାଧ୍ୟମରେ ଜନହିତରେ କୃଷକ ତଥା ଜନସାଧାରଣଙ୍କୁ ସଚେତନତା କରାଯାଉଛି।

Comments are closed.