www.samajalive.in
Thursday, December 11, 2025
14.1 C
Bhubaneswar

ଭାରତୀୟ ବିବାହରେ ହାରାହାରି ଖର୍ଚ୍ଚ ୩୬ ଲକ୍ଷ

ନୂଆଦିଲ୍ଲୀ: ଏବେ ବିବାହ ଋତୁ ଚାଲିଥିବାବେଳେ ଏହାକୁ ସ୍ମରଣୀୟ ଓ ରାଜକୀୟ କରିବା ପାଇଁ ଭାରତୀୟ ବହୁ ପରିମାଣରେ ଟଙ୍କା ଖର୍ଚ୍ଚ କରୁଛନ୍ତି। ଚଳିତବର୍ଷ ହାରାହାରି ବିବାହ ଖର୍ଚ୍ଚ ୩୬.୫ ଲକ୍ଷ ଟଙ୍କା ଥିବାବେଳେ ବିଶେଷ ବିବାହସ୍ଥଳ (ଡେସ୍‌ଟିନେସନ୍‌ ୱେଡିଂ) ଖର୍ଚ୍ଚ ହାରାହାରି ୫୧ ଲକ୍ଷ ଟଙ୍କା ରହିଛି। ଗତବର୍ଷ ତୁଳନାରେ ୨୦୨୪ରେ ବିବାହ ଖର୍ଚ୍ଚ ପ୍ରାୟ ୭ପ୍ରତିଶତ ବୃଦ୍ଧିପାଇଛି। ବିବାହରେ ସବୁଠାରୁ ଅଧିକ ଖର୍ଚ୍ଚ ବିବାହସ୍ଥଳ ଓ ଭୋଜିଭାତରେ ହୋଇଥାଏ, ଯେଉଁଥିରେ ବାର୍ଷିକ ୧୦% ବୃଦ୍ଧି ଘଟୁଛି। ବିବାହ ଯୋଜନା ପ୍ରସ୍ତୁତକାରୀ ‘ୱେଡମିଗଡ଼’ ଫାର୍ମର ଅଧ୍ୟୟନରୁ ଏହା ଜଣାପଡ଼ିଛି। ନଭେମ୍ବରରୁ ଡିସେମ୍ବର ମଧ୍ୟରେ ପ୍ରାୟ ୪୮ ଲକ୍ଷ ବିବାହ ହେବ ବୋଲି ବ୍ୟବସାୟୀ ମହାସଂଘ ଆକଳନ କରିଥିବାବେଳେ ୬ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ଆଶା ରହିଛି।

ଭାରତରେ ଅଧିକାଂଶ ପରିବାର ଘର କିଣିବା/ନିର୍ମାଣ କରିବା ଓ ପିଲାଙ୍କ ବିବାହ ପାଇଁ ବଜେଟର ଅଧିକାଂଶ ଭାଗ ଖର୍ଚ୍ଚ କରିଥାନ୍ତି। ବିଶେଷକରି ବିବାହସ୍ଥଳ ପାଇଁ ସର୍ବାଧିକ ଖର୍ଚ୍ଚ ହେଉଥିବାବେଳେ ଏହା ପଛକୁ ଭୋଜିଭାତ ଓ ବିବାହ ଯୋଜନା ପ୍ରସ୍ତୁତକାରୀ (ୱେଡିଂ ପ୍ଲାନର)ଙ୍କ ପାଇଁ ଖର୍ଚ୍ଚ ହୋଇଥାଏ। ଏଥିସହ ବରଯାତ୍ରୀ ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ବାଜା ସହ ଆସଜବାଜୀ ଖର୍ଚ୍ଚ ମଧ୍ୟ ବଢ଼ିବାରେ ଲାଗିଛି। ସେହିପରି ବିବାହ ଖର୍ଚ୍ଚରେ ଏକ ପ୍ରମୁଖ ଭାଗ ଅଳଙ୍କାରର ରହିଥାଏ। ସୁନା ଦର ବଢ଼ୁଥିଲେ ମଧ୍ୟ ବିବାହ ପାଇଁ ଅଳଙ୍କାର କିଣିବାରେ ଭାରତୀୟ ଆଦୌ କୁଣ୍ଠାବେଧ କରନ୍ତି ନାହିଁ। କାରଣ ଅଳଙ୍କାର ଆଭିଜାତ୍ୟର ନିଦର୍ଶନ। ଧନୀ ଲୋକଙ୍କ ପାଇଁ ବିବାହ ବଜେଟ ଅସୀମିତ ଥିବାବେଳେ ସେମାନେ ପ୍ରାୟ ୧ କୋଟିରୁ ଅଧିକ ଖର୍ଚ୍ଚ କରିଥାନ୍ତି। ସେହିପରି ବର୍ତ୍ତମାନ ଲୋକପ୍ରିୟ ଥିବା ଡେସ୍‌ଟିନେସନ ୱେଡିଂକୁ ଧନୀ ଲୋକେ ପସନ୍ଦ କରୁଛନ୍ତି। ବର୍ତ୍ତମାନ ଭାରତୀୟ ବିବାହ ଅଧିକ ପରୀକ୍ଷାମୂଳକ ହେବାରେ ଲାଗିଛି। ନିମନ୍ତ୍ରଣ ପତ୍ର ଠାରୁ ଆରମ୍ଭ କରି ସାଜସଜ୍ଜା ଓ ବିବାହ କାର୍ଯ୍ୟକ୍ରମ ସବୁକିଛି ଏକ ବିଷୟ (ଥିମ୍‌)କୁ ନେଇ କରାଯାଉଛି।

- Advertisement -

ଭାରତୀୟ ବିବାହରେ ବହୁ ଅଣପରମ୍ପରାଗତ କାର୍ଯ୍ୟକ୍ରମର ମିଶ୍ରଣ କରାଯାଉଛି। ଭାରତୀୟ ପରମ୍ପରା ସହ ପାଶ୍ଚାତ୍ୟ ସଂସ୍କୃତିର ମିଶ୍ରଣ କରାଯାଉଛି। ଅଖିଳ ଭାରତ ବ୍ୟବସାୟୀ ମହାସଂଘର ସୂଚନା ଅନୁଯାୟୀ, ଚଳିତବର୍ଷ ନଭେମ୍ବରରୁ ଡିସେମ୍ବର ମଧ୍ୟରେ ୪୮ ଲକ୍ଷ ବିବାହ ହେବ ବୋଲି ଆକଳନ କରାଯାଇଥିବାବେଳେ ୬ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆଶା ରହିଛି। ଭାରତରେ ଖୁଚୁରା ବଜାରରେ ବିବାହର ଏକ ପ୍ରମୁଖ ଭାଗଦାରୀ ରହିଥାଏ। ବିବାହ ତାରିଖ ଆସିଲେ ବ୍ୟବସାୟ ବଢ଼ିଥାଏ। ବିବାହ ପାଇଁ ଭାରତୀୟ ପରିବାର ସେମାନଙ୍କ ସଞ୍ଚିତ ଅର୍ଥର ଏକ ପ୍ରମୁଖ ଭାଗ ଖର୍ଚ୍ଚ କରିଥାନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories