www.samajalive.in
Sunday, December 7, 2025
26.1 C
Bhubaneswar

ବିଧାୟକଙ୍କୁ ଆକ୍ରମଣ ଘଟଣା: ୧୦ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ

ଯାଜପୁର ସଦର : ଯାଜପୁର ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲା। ଜିଲ୍ଲା ଦୌରାଜଜ୍  ୧୦ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ସ୍ଥଗିତ ରଖିଛନ୍ତି । ଏବଂ ଇନଜୁରୀ ଏବଂ ସିଡି ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଛନ୍ତି। ସେପଟେ କ୍ରାଇମବ୍ରାଞ୍ଚ ଯାଜପୁର ଟାଉନ ଥାନାରେ ପହଞ୍ଚି ସିସି କ୍ୟାମେରା ଯାଞ୍ଚ କରୁଛି। ୨୦ ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ବୁଢ଼ାଘାଟଠାରେ ଆକ୍ରମଣ ଘଟଣାକୁ କେନ୍ଦ୍ର କରି ଯାଜପୁର ସହରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିଦିନ ରାତିରେ ବିଜେଡି ପକ୍ଷରୁ ଯାଜପୁର ଥାନା ଘେରାଉ କରାଯାଇଥିଲା। ଏପରିକି ୨୧ ତାରିଖରେ ମା’ ବିରଜା ହାଟ ପୁନଃ ଅବସ୍ଥାନକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ସିଂହପୁର-ଯାଜପୁର ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ କିଛି ଲୋକେ। ଏହି ଘଟଣାରେ ଯାଜପୁର ସଦର ଥାନା ପୁଲିସ ଓ ଯାଜପୁର ଟାଉନ ପୁଲିସ ୧୭ଟି ମାମଲା ରୁଜୁ କରି ୧୯ ଜଣଙ୍କୁ ଗିରଫ କରିଛି। ପରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ କ୍ରାଇମବ୍ରାଞ୍ଚକୁ ୩ଟି ମାମଲାର ତଦନ୍ତ ନିର୍ଦେଶ ଦିଆଯାଇଥିଲା। କ୍ରାଇମବ୍ରାଞ୍ଚର ୩ଟି ଦଳ ଯାଜପୁରରେ ପହଞ୍ଚି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ହୋଇଥିବା ଆକ୍ରମଣ ସ୍ଥଳକୁ ଯିବା ସହ ଯାଞ୍ଚ କରିଥିଲା। କେଉଁଠାରେ ରାସ୍ତାରୋକ ହୋଇଥିଲା ? ବିଧାୟକଙ୍କ ଗାଡ଼ି କୋଉଠି ଅଟକିଥିଲା ? କେଉଁ ସ୍ଥାନରେ ଆକ୍ରମଣ କରାଯାଇଥିଲା ଏ ନେଇ ଯାଞ୍ଚ କରାଯାଇଥିଲା। ପରେ ବିରଜା ହାଟ ନିକଟରେ ରାସ୍ତା ରୋକସ୍ଥଳକୁ ଯାଇ ଯାଞ୍ଚ କରିଥିଲା ତଦନ୍ତକାରୀ ଦଳ। ମଙ୍ଗଳବାର କ୍ରାଇମବ୍ରାଞ୍ଚ୍‌‌ ଦଳ ଯାଜପୁର ଥାନାରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ୱିତ କରିଥିଲେ। ତଦନ୍ତକାରୀ ଦଳ ତଦନ୍ତ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚାରି ତାଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥିଲା। ଅଭିଯୋଗ କରିଥିବା ପୁଲିସ ଅଫିସରଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଯାଜପୁର ଥାନାରେ ଲାଗିଥିବା ସିସିଟିଭିକୁ କ୍ରାଇମବ୍ରାଞ୍ଚ୍‌‌ ଦଳ ଯାଞ୍ଚ କରିଥିଲେ। ସେ ଦିନ କେଉଁ ବିକ୍ଷୋଭକାରୀ ଥାନାକୁ ଆସିବା ସହ ଘେରାଉରେ ସାମିଲ ହୋଇଥିଲେ ? ଥାନା ପରିସରରେ କି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ସେ ନେଇ କ୍ରାଇମବ୍ରାଞ୍ଚ୍‌‌ ଦଳ ତଦନ୍ତ କରିବା ସହ ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରୁଛନ୍ତି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories