www.samajalive.in
Monday, December 15, 2025
16.1 C
Bhubaneswar

ଉପାଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟରେ ଅତିଷ୍ଠ ହୋଇ ୯ କାଉନସିଲର ଆଣିଲେ ଅନାସ୍ଥା 

ଜି.ଉଦୟଗିରି : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟରେ ଅତିଷ୍ଠ ହୋଇ ଆଜି ପରିଷଦର ୯ଜଣ କାଉନସିଲର ଏକତ୍ରିତ ହୋଇ ଏଡିଏମ ଅଶୋକ କୁମାର ଭୋଇଙ୍କ ଜରିଆରେ ଜିଲାପାଳଙ୍କୁ ଉପାଧ୍ୟକ୍ଷ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ନେଇ ଏକ ଦରଖାସ୍ତ ପ୍ରଦାନ କରିଥିବା ଜଣାପଡିଛି।ସୂଚନା ଅନୁଯାୟୀ ପୂର୍ବରୁ ୮ ଜଣ କାଉନସିଲର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିରୋଧ କରି ତିନୋଟି ବୈଠକ ବର୍ଜନ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଆଉ ଜଣେ କାଉନସିଲର ଉକ୍ତ ୮ ଜଣଙ୍କ ସହ ମିଶି ଆଜି ଅନାସ୍ତା ପ୍ରସ୍ତାବ ଜିଲାପାଳଙ୍କ ନିକଟରେ ଏଡିଏମଙ୍କ ଜରିଆରେ ପ୍ରଦାନ କରିଥିବା ଜଣାପଡିଛି।

ପରିଷଦର ୨ନଂ କାଉନସିଲର(ବିଜେପି) ସଙ୍ଗୀତା ନାୟକ,୩ନଂ କାଉନସିଲର(ବିଜେପି) ନିଶାରାଣୀ ନାୟକ, ୫ନଂ କାଉନସିଲର(ସ୍ବାଧିନ) ପି.ସଞ୍ଜୀବ କୁମାର ପାତ୍ର, ୭ନଂ କାଉନସିଲର(ବିଜେଡି) ଭାରତୀ ବେହେରା, ୮ନଂ କାଉନସିଲର(କଂଗ୍ରେସ) ଜାକେଶ କୁମାର ପ୍ରଧାନ, ୯ନଂ କାଉନସିଲର(ବିଜେପି)ଲକ୍ଷ୍ମୀପ୍ରୀୟା ପରିଛା,୧୦ନଂ କାଉନସିଲର(ବିଜେପି) କୁନ୍ତିମା ମଲ୍ଲିକ,୧୧ନଂ କାଉନସିଲର(ବିଜେଡି) ଲିପିକା ପ୍ରଧାନ,୧୩ନଂ କାଉନସିଲର(ବିଜେଡି) ଦୀପକ କୁମାର ନାୟକ ପ୍ରମୁଖ ଅନାସ୍ତା ଆଣିଥିବା ଜଣାପଡିଛି।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories