ସମ୍ବଲପୁର: ସମ୍ବଲପୁର ଜିଲା କୃଷକ ସଙ୍ଗଠନ ଓ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ମିଳିତ ଭାବରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ୱାନ କ୍ରମେ ମଙ୍ଗଳବାର ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଚାଷୀ, ଶ୍ରମିକ ଓ ମଜଦୁର ବିରୋଧୀ ନିତି ତଥା କର୍ପୋରେଟ ଶୋଷଣ ବିରୋଧରେ ଆୟୋଜିତ ଏହି ଚେତାବନୀ ଧାରଣା କାର୍ଯ୍ୟକ୍ରମରେ ଶତାଧିକ କୃଷକ ସାମିଲ ହୋଇଥିଲେ। ଧାରଣା ପ୍ରଦର୍ଶନରେ ସ୍ୱାମୀନାଥନ କମିଟିର ସୁଫାରିଶ ଲାଗୁ ଓ ଆଇନଗତ ମାନ୍ୟତା, କୃଷି ଋଣ ଛାଡ କରି ଚାଷୀଙ୍କୁ ପେନସନ ପ୍ରଦାନ, ଜିଲା କ୍ରୟ ସମିତିକୁ ମାନ୍ୟତା, ମରୁଡ଼ି ପାଇଁ କ୍ଷତିପୂରଣ ଓ ସ୍ଥାୟୀ ପ୍ରତିକାର, ଅବିଚାରୀତ ଶିଳ୍ପାୟନ ଓ ଶିଳ୍ପ ପ୍ରଦୂଷଣରୁ ଚାଷ ଜମିର ସୁରକ୍ଷା, ଟାଟା ପାୱାରକୁ ହଟାଇ ବିଜୁଳି ୟୁନିଟ ପିଛା ଦର ହ୍ରାସ, ସ୍ମାର୍ଟ ମିଟର ପ୍ରତ୍ୟାହାର, ବିଦ୍ୟୁତ ଦେୟମୁକ୍ତ ଜଳସେଚନର ବ୍ୟବସ୍ଥା, ରାଷ୍ଟ୍ରାୟତ୍ତ ଶସ୍ୟ ବୀମ ଯୋଜନା ପ୍ରଚଳନ, ଭାଗ ଚାଷୀ ଓ ମହିଳା ଚାଷୀଙ୍କୁ ମାନ୍ୟତା, ଶ୍ରମିକ କୋର୍ଡ ପ୍ରତ୍ୟାହାର, ଗନ୍ଧମାର୍ଦ୍ଦନକୁ ବଞ୍ଚାଇବା ପାଇଁ ଅଦାନୀକୁ ହଟାଇବା ଦାବି, ପେଟ୍ରୋଲ, ଡିଜେଲ, କୃଷି ଯନ୍ତ୍ରପାତି, ଅତ୍ୟାବଶ୍ୟକୀୟ ବସ୍ତ ଓ ଔଷଧ ଉପରୁ ଟିକସ ତଥା ଦର ହ୍ରାସ ଏବଂ ସାର୍ବଜନୀନ ସମ୍ପତ୍ତି ଗୁଡିକର ଘରୋଇକରଣ ବନ୍ଦ ଦାବି କରାଯାଇଛି। ଏହି ଧାରଣା ପ୍ରଦର୍ଶନ ସମୟରେ ଉମେଶ ମିଶ୍ର, ଅଶୋକ ପ୍ରଧାନ, ସରୋଜ, ବ୍ୟୋମକେଶ ଠାକୁର, ଯୋଗ ବିହାରୀ ପରିଡ଼ା, ବିପିନ ଭୋଇ, ସୁଶାନ୍ତ ପଣ୍ଡା, ଦିଲିପ ମହାପାତ୍ର, ନନ୍ଦଲାଲ ବେହେରା, ନନ୍ଦଲାଲ ତ୍ରିପାଠୀ, ଗଦାଧର କୁଅଁର, ବିଜୟ ମହାନ୍ତି, ତ୍ରିଲୋଚନ ପଟେଲ, ଗୋକୁଳ ମେହେର, ନାଟୁ ଗୋପାଳ, ରାଧେଶ୍ୟାମ ପଣ୍ଡାଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।
Popular Categories



