www.samajalive.in
Monday, December 15, 2025
16.1 C
Bhubaneswar

ବରଗଡ଼ ଧନୁଯାତ୍ରାରେ ଶାସନ କରିବେ ନୂଆ କଂସ ମହାରାଜ

ଡେସ୍କ: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତାବର୍ଷ ଜାନୁଆରି ୩ ତାରିଖରୁ ଆରମ୍ଭ ହୋଇ ଜାନୁଆରି ୧୩ ତାରିଖରେ ଶେଷ ହେବ। ତେବେ ପୂର୍ବ ବର୍ଷ ଭଳି ଏଥର ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କୁ ଦେଖିବାକୁ ମିଳିବ ନାହିଁ। କଂସ ଭୂମିକାରେ ଅଭିନୟ କରିବେ ନୂଆ ବ୍ୟକ୍ତି। ଆଜି ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସୂଚନା ଅନୁଯାୟୀ, ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୨୫ ଜାନୁଆରୀ ୩ରୁ ହେବାକୁ ଥିବା ଧନୁଯାତ୍ରାରେ ନୂଆ କଂସ ମହାରାଜ ଅଭିନୟ କରିବେ। ୨୦୨୨ରୁ କଂସ ଭୂମିକାରେ ଅବତୀର୍ଣ୍ଣ ହୋଇ ଆସୁଥିବା ହୃଷିକେଶ ଭୋଇ ମହାପ୍ରୟାଣ ଗାଡି ଚଳାଉଥିବା ବେଳେ ସେ ଲାଞ୍ଚ ନେବା ଅଭିଯୋଗ ହୋଇଥିଲା। ସେ ଦୃଷ୍ଟିରୁ ତାଙ୍କୁ ଏହି ଭୂମିକାରୁ ହଟାଇ ଦିଆଯାଇଛି।

- Advertisement -

ଜିଲ୍ଲାପାଳ ବୈଠକ ପରେ ସୂଚନା ଦେଇ କହିଛନ୍ତି, ନୂଆ କଂସ ପାଇଁ ଖୁବ୍‌ ଶୀଘ୍ର ଚୟନ ପ୍ରକିୟା ହେବ। କଂସ ଭୂମିକା ନିମନ୍ତେ ୨୦୨୨ରେ ଦ୍ୱିତୀୟରୁ ପଞ୍ଚମ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଏଥିପାଇଁ ଜଣଙ୍କୁ ଚୟନ କରାଯିବ ବୋଲି ସେ କହିଛନ୍ତି।

ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ଏବଂ ଦୁଷ୍ଟ ରାଜା କଂସଙ୍କ ଉପରେ ତାଙ୍କର ବିଜୟ ସମ୍ପର୍କିତ କାହାଣୀ ଅଭିନୀତ ହୋଇଥାଏ। ଏହି ସମୟରେ ବରଗଡ଼ ସହର ମଥୁରା ଏବଂ ଅମ୍ବାପାଲି ଗୋପ ନଗରୀରେ ପାଲଟି ଥାଏ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories