www.samajalive.in
Sunday, December 14, 2025
19.1 C
Bhubaneswar

ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ

ଭୁବନେଶ୍ୱର: ଏଣିକି ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲରେ ୨୪ ଘଣ୍ଟା ଖୋଲା ରହିବ ନିରାମୟ କେନ୍ଦ୍ର। ଯେ କୌଣସି ମୁହୂର୍ତ୍ତରେ ରୋଗୀ ଆସିଲେ ସେମାନଙ୍କୁ ଠିକ୍‌ ସମୟରେ ଔଷଧ ଯୋଗାଇ ଦିଆଯିବ। ଯଦି ଏଥିରୁ କୌଣସି କେନ୍ଦ୍ର ବିରତ ରହେ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ତଦାରଖ ନିମନ୍ତେ ଏକ ସ୍କ୍ବାଡ କାର୍ଯ୍ୟ କରିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହା କହିଛନ୍ତି। ବୁଧବାର ଓଡ଼ିଶା ରାଜ୍ୟ ଔଷଧ ନିଗମରେ ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ମହାପାତ୍ର ଠିକ୍‌ ସମୟରେ ଔଷଧ କ୍ରୟ ଓ ବିତରଣକୁ ତ୍ୱରାନ୍ୱିତ କରି ସାଧାରଣ ରୋଗୀଙ୍କ ପାଖରେ ଆବଶ୍ୟକତା ଅନୁସାରେ ପହଞ୍ଚାଇବା ପାଇଁ ପରାମର୍ଶ ଦେଇଛନ୍ତି।

ଆଗାମୀ ଦିନରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିୟୋଜିତ କରି ନିଗମର କାର୍ଯ୍ୟଧାରାକୁ ତ୍ବରାନ୍ବିତ କରିବା ପାଇଁ କହିଛନ୍ତି। ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ସ୍ୱୟଂସମ୍ପୂର୍ଣ୍ଣ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ଏଠାରେ ସମସ୍ତ ଆବଶ୍ୟକୀୟ ଚିକିତ୍ସା ଉପକରଣ, ଶଯ୍ୟା ତଥା ଆନୁଷଙ୍ଗିକ ସୁବିଧାସୁଯୋଗ ଉପଲବ୍ଧ କରାଇବା ସହିତ ସ୍ୱାସ୍ଥ୍ୟାନୁଷ୍ଠାନକୁ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ ପରିଚାଳନା କରିବା ନିମନ୍ତେ ନିଗମ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ। ମୟୂରଭଞ୍ଜ ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ଆସନ୍ତା ଜାନୁଆରୀରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

- Advertisement -

ସେହିପରି ଜିଲା ଚିକିତ୍ସାଳୟଠାରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତଥା ରାଜ୍ୟରେ ଥିବା ସମସ୍ତ ସରକାରୀ ଭେଷଜ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ଔଷଧ ସାମଗ୍ରୀ ଏବଂ ଡାକ୍ତରୀ ଯନ୍ତ୍ରପାତି କ୍ରୟ ତଥା ବିତରଣ ବ୍ୟବସ୍ଥା ନେଇ ନିଗମର ପରିଚାଳନା ନିର୍ଦେଶିକା ଡା. ପୋମା ଟୁଡ଼ୁ ତଥ୍ୟ ଉପସ୍ଥାପନ କରିଥିଲେ। କୋଭିଡ୍‌ ତଥା ପରବର୍ତ୍ତୀ ସମୟରେ ସମସ୍ତ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଔଷଧ ପହଞ୍ଚାଇବା, ଖୁସି, ସମ୍ପୂର୍ଣ୍ଣା ଓ ଔଷଧଯୁକ୍ତ ମଶାରି ବଣ୍ଟନ ଆଦି କାର୍ଯ୍ୟ ନିଗମ କରୁଛି ବୋଲି ସେ କହିଥିଲେ। ଏହି ସମୀକ୍ଷା ବୈଠକରେ ସାଧାରଣ ଉଦ୍ୟୋଗ ବିଭାଗର ଶାସନ ସଚିବ ଟି. ଆଓ, ସ୍ୱତନ୍ତ୍ର ଶାସନ ସଚିବ ନିହାର ରଞ୍ଜନ ଦାଶ, ଡିଏମ୍‌ଇଟି ପ୍ରଫେସର ସନ୍ତୋଷ ମିଶ୍ରଙ୍କ ସମେତ ନିଗମ ଓ ସାଧାରଣ ଉଦ୍ୟୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories