www.samajalive.in
Sunday, December 14, 2025
19.1 C
Bhubaneswar

ଥାନା ପରିସରରୁ ଜବତ ଟ୍ରାକ୍ଟର ନେଇ ଖସି ଯାଉଥିଲେ ନାବାଳକ, ଧରିଲା ପୁଲିସ୍

ବାଙ୍ଗିରିପୋଷି : ଥାନା ପରିସରରୁ ଜବତ ଟ୍ରାକ୍ଟର ଧରି ଖସି ଯାଉଥିଲେ ନାବାଳକ। ରାସ୍ତାରେ ବେପରୁଆ ଗାଡ଼ି ଚାଳନା ଦେଖି ଅଟକାଇଲେ ଲୋକ । ପରେ ପୁଲିସ୍ ଖବର ପାଇ ଜବତ ଟ୍ରାକ୍ଟର ଥାନାକୁ ଫେରାଇ ଆଣିବା ସହ ନାବାଳକକୁ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି। ଏଭଳି କିଛି ଘଟଣା ଘଟିଛି ବାଙ୍ଗିରପୋଷି ଥାନା ଅଞ୍ଚଳରେ। ଗତ କିଛିଦିନ ପୂର୍ବରୁ ବାଲି ଚୋରା ଚାଲାଣ ବେଳେ ବାଙ୍ଗିରିପୋଷି ପୁଲିସ ଏକ ଟ୍ରାକ୍ଟର ଜବତ କରିଥିଲା । ଦୀର୍ଘ ଦିନ ଧରି ଗାଡି ମାଲିକ ଗାଡିଟିକୁ ମୁକୁଳାଇ ବାରେ ବିଫଳ ହେବା ଯୋଗୁଁ ଜବତ ଗାଡ଼ିଟିକୁ ଥାନା ପରିସରରେ ରଖା ଯାଇଥିଲା। ବୁଧବାର ସାପ୍ତାହିକ ହାଟ ପାଇଁ ବଜାର ଭିଡ ରହିଥିଲା। ଏହାର ସୁଯୋଗ ନେଇ ଜଣେ ନାବାଳକ ଥାନା ପରିସରରୁ ଉକ୍ତ ଟ୍ରାକ୍ଟରଟିକୁ ଧରି ଖସି ଯାଉଥିଲେ। ତେବେ ନାବାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ କିଛି ପଥଚାରୀ। ନାବାଳକଙ୍କ ଗାଡି ଚାଳନା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା ଓ ସେମାନେ ଗାଡ଼ିଟିକୁ ରାସ୍ତାରେ ଅଟକାଇଥିଲେ । ଖବର ପାଇ ପୁଲିସ ତରବରିଆ ଭାବେ ପହଞ୍ଚି ଟ୍ରାକ୍ଟରଟିକୁ ଜବତ କରି ପୁଣି ଥାନାକୁ ନେବା ସହ ନାବାଳକ ଚାଳକକୁ ମଧ୍ୟ ଥାନାକୁ ନେଇଥିଲା । ତେବେ ଦିନ ଦ୍ବିପହରରେ ଥାନା ପରିସରରୁ ପୁଲିସର ଉପସ୍ଥିତିରେ ତଥା ସିସିଟିଭି ଲାଗିଥିଲେ ମଧ୍ୟ ଟ୍ରାକ୍ଟର ଧରି ଚମ୍ପଟ ମାରିବା ଘଟଣା ବାଙ୍ଗିରିପୋଷି ଅଞ୍ଚଳରେ ପ୍ରଥମ ଘଟଣା ହୋଇଥିବା ବେଳେ ବାଙ୍ଗିରିପୋଷି ପୁଲିସ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories