କଟକ: ଐତିହାସିକ ବାଲିଯାତ୍ରାରେ ବେଶ ଜମୁଛି ଲୋକଙ୍କ ଭିଡ । ଏହାମଧ୍ୟରେ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ପକ୍ଷରୁ ଅନେକ ଫୁଡ୍ ଷ୍ଟଲ୍ ଉପରେ ଚଢାଉ କରାଯାଉଛି । କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାଲିଯାତ୍ରାରେ ପଡିଥିବା ଖାଇବା ଷ୍ଟଲ୍ ଉପରେ ଚଢାଉ କରାଯାଇଛି। ଚଢାଉ ବେଳେ ଅଧିକାଂଶ ଷ୍ଟଲରୁ କୁଇଣ୍ଟାଲ କୁଇଣ୍ଟାଲ ବାସୀଖାଦ୍ୟ ନଷ୍ଟ କରାଯିବା ସହ ଖରାପ ତେଲ ଯାଞ୍ଚ କରି ସମସ୍ତ ଖାଦ୍ୟକୁ ଜବତ କରିଛି ଫୁଡ଼ ସେଫଟି ଟିମ । ଏହି ଯାଞ୍ଚରେ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ସିଏମସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଏଭଳି ଖାଦ୍ୟରମାନ ନିୟମିତ ଭାବରେ ଯାଞ୍ଚ ହେବ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସତ୍ୟବ୍ରତ ମହାପାତ୍ର କହିଛନ୍ତି।
୨୦୨୫ରେ ରାହୁ ଓ କେତୁ ଚଳନ; ଏହି ୫ ରାଶି ପାଇବେ ରାଜା ଭଳି ଜୀବନ, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..
ବଡ ଖବର; ୨୪ ତାରିଖରେ ୨୦ ଲକ୍ଷ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା, ଜାନୁଆରୀ, ଫେବୃଆରୀ ମିଳିବ ୨ୟ କିସ୍ତି..



