www.samajalive.in
Saturday, December 6, 2025
17.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଇଚ୍ଛୁକ କି ? ଆପଣାନ୍ତୁ ଏହି ଉପାୟ

ପ୍ରତ୍ୟେକ ଲୋକଙ୍କର ଶୋଇବାର ଶୈଳୀ ଭିନ୍ନ ଅଟେ। ବହୁ ଲୋକଙ୍କର ବାମ ପଟକୁ ଓ ଅନ୍ୟ କେତେକ ଲୋକେ ଡ଼ାହାଣ ପଟକୁ ମୁହଁ କରି ଶୋଇ ଥାଆନ୍ତି। ମାତ୍ର ଆପଣ ହୁଏତ ଜାଣି ନଥିବେ ଶୋଇବାର ଶୈଳୀ ସ୍ୱାସ୍ଥ୍ୟ ଉପରେ ବହୁ ପ୍ରଭାବ ପକାଇଥାଏ। ଜାଣନ୍ତୁ କିପରି ଶୋଇଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହେବ ….
ବାମପଟକୁ ଶୋଇଲେ ମିଳେ ଏହି ଉପକାର –
ବାମପଟକୁ ଶୋଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ। ହୃଦୟ ଉପରେ ଅଧିକ ଚାପ ପଡ଼ିନଥାଏ।
ବାମପଟକୁ ଶୋଇବା ଦ୍ୱାରା ହଜମ ଭଲ ଭାବେ ହୋଇଥାଏ। ଏପରି ଶୋଇବା ଦ୍ୱାରା ଶରୀର ପାଇଁ ଆବଶ୍ୟକ ହେଉଥିବା ଉପଯୁକ୍ତ ପୋଷକ ତତ୍ତ୍ୱ କ୍ଷରଣ ହୋଇଥାଏ। ଯାଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଫଳରେ ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗର୍ଭବତୀ ମହିଳାମାନେ ବାମପଟକୁ ଶୋଇବା ଦ୍ୱାରା ଅଣ୍ଟା ଉପରେ କମ ପ୍ରଭାବ ପଡ଼ିଥାଏ। ଏହା ସହ ଗର୍ଭ ମଧ୍ୟରେ ଥିବା ଶିଶୁ ନିକଟକୁ ଉପଯୁକ୍ତ ଭାବେ ଆବଶ୍ୟକ ଦ୍ରବ୍ୟ ପହଞ୍ଚିଥାଏ ଓ ଶିଶୁ ସୁସ୍ଥ ରହେ।
ବହୁ ଲୋକଙ୍କର ଘୁଙ୍ଗୁଡ଼ି ଏକ ବିରାଟ ସମସ୍ୟା ଅଟେ। ବାମପଟକୁ ଶୋଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଏତଦ ବ୍ୟତୀତ ଏପରି ଶୋଇବା ଦ୍ୱାରା ମୁଣ୍ଡ ଓ ବେକ ସଠିକ ସ୍ଥିତିରେ ରହିଥାଏ। ଫଳରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ସମସ୍ୟା ସୃଷ୍ଟି ହୋଇନଥାଏ।
ବାମପଟକୁ ଶୋଇବା ଦ୍ୱାରା ବେକ ଓ ଅଣ୍ଟା ଜନିତ ଯନ୍ତ୍ରଣା ସମସ୍ୟା ଦୂର ହୋଇଥାଏ।
ଯକୃତ ଓ ବୃକକ ସୂଚାରୁ ରୂପେ କାର୍ଯ୍ୟ କରିଥାଏ। ଏସିଡ଼ିଟି ଓ ଗ୍ୟାସ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories