ମଣିପୁର ହିଂସା: ତଦନ୍ତ ପାଇଁ ଗଠନ ହେଲା କମିଟି
ଇମ୍ଫାଲ : ମଣିପୁରର ଜିରିବାମ୍ ଜିଲାରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ନିମନ୍ତେ ରାଜ୍ୟ ସରକାର ଦୁଇଜଣିଆ କମିଟି ଗଠନ କରିଛନ୍ତି। ପୁଲିସ ଗୁଇନ୍ଦା ବିଭାଗ ଆଇଜି କେ.କବିବଙ୍କୁ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ରେଞ୍ଜ-୩ ଡିଆଇଜି ନିଙ୍ଗ୍ସେନ ୱର୍ନଗମ ସଦସ୍ୟ ରହିଛନ୍ତି। ରବିବାର ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ନିରାପତ୍ତାରକ୍ଷୀମାନେ ଗୁଳିଚାଳନା କରିଥିବାବେଳେ ଜଣେ ୨୧ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତିି। ବିକ୍ଷୋଭକାରୀମାନେ ସାଧାରଣ ସମ୍ପତ୍ତି ନଷ୍ଟ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ରୋକିବାକୁ ଗୁଳିଚାଳନା କରିବାକୁ ପଡିଥିଲା।
Comments are closed.