www.samajalive.in
Saturday, December 6, 2025
14.1 C
Bhubaneswar

କମିଲା ଇକୋରିଟ୍ରିଟ୍‌ ବୁକିଂ ଶୁଳ୍କ

ଭୁବନେଶ୍ୱର : ଡିସେମ୍ବର ପହିଲାରୁ ସାମୁଦ୍ରିକ ବେଳାଭୂମି ଏବଂ ଜଙ୍ଗଲ ପରିବେଶପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟସ୍ଥଳରେ ଜମିବ ଇକୋରିଟ୍ରିଟ। ପର୍ଯ୍ୟଟନ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବେ ପର୍ଯ୍ୟଟକ। ଚଳିତ ବର୍ଷ ମଧ୍ୟବିତ୍ତ ପର୍ଯ୍ୟଟକଙ୍କୁ ସୁହାଇବା ଭଳି ଏବର୍ଷ ଇକୋରିଟ୍ରିଟ୍‌ରେ ବୁକିଂ ଶୁଳ୍କରେ ପରିବର୍ତ୍ତନ କରାଯାଇଛି। କୋଣାର୍କ ଇକୋରିଟ୍ରିଟ୍‌ରେ ୭୦ଟି ବିଳାସପୂର୍ଣ୍ଣ ଟେଣ୍ଟ ନିର୍ମାଣ କରାଯିବ। ଡିଲକ୍ସ ପାଇଁ ସର୍ବନିମ୍ନ ବୁକିଂ ଶୁଳ୍କ ୫,୦୦୦ଟଙ୍କା ରଖାଯାଇଥିବାବେଳେ ପ୍ରିମିୟମରେ ୬,୫୦୦ଟଙ୍କା, ରୟାଲ ପାଇଁ ୧୦,୦୦୦ ଓ ରେସିଡେନ୍ସ ପାଇଁ ୨୦,୦୦୦ଟଙ୍କାର ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଛି। ଇକୋରିଟ୍ରିଟ୍‌ରେ ଭ୍ରମଣ ସାଙ୍ଗକୁ ମଜା ନେବା ପାଇଁ ଅକ୍ଟୋବରରୁ ଅନଲାଇନ ବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଚଳିତବର୍ଷ କୋଣାର୍କ, ଦାରିଙ୍ଗବାଡି, ହୀରାକୁଦ, ସାତକୋଶିଆ, ଭିତରକନିକା, ପତିସୋନାପୁର ଏବଂ ପୁଟସିଲ୍‌ରେ ଇକୋରିଟ୍ରିଟ୍‌ କରାଯିବ। ଅନ୍ୟ ୫ଟି ପର୍ଯ୍ୟଟନସ୍ଥଳରେ ଡିଲକ୍ସ ପାଇଁ ୨୫ ଓ ପ୍ରିମିୟମ ପାଇଁ ୨୫ଟେଣ୍ଟ କରାଯିବ। ହୀରାକୁଦ ପର୍ଯ୍ୟଟନସ୍ଥଳରେ କେବଳ ପ୍ରିମିୟମ ଟେଣ୍ଟ ନିର୍ମାଣ କରାଯିବ। କୋଣାର୍କକୁ ଛାଡ଼ିଦେଲେ ଡିଲକ୍ସ ବୁକିଂ ପାଇଁ ୪,୦୦୦ଟଙ୍କା ଓ ପ୍ରିମିୟମ ବୁକିଂ ପାଇଁ ୫,୦୦୦ଟଙ୍କା ରଖାଯାଇଛି। ପର୍ଯ୍ୟଟକ ସେଠାରେ ରାତ୍ରିଯାପନ କରିବା ସହ ସୁସ୍ବାଦୁ ଦେଶୀୟ ଖାଦ୍ୟର ମଜା ନେବେ। ଗତବର୍ଷ ତୁଳନାରେ ଇକୋ ରିଟ୍ରିଟ୍‌କୁ ଏଥର ଅଧିକ ସଂଖ୍ୟକ ପର୍ଯ୍ୟଟକ ଭ୍ରମଣରେ ଆସିବା ନେଇ ବିଭାଗ ଆଶା ରଖିଛି। ବିଶେଷତଃ ଡିସେମ୍ବର ମାସ ତଥା ଛୁଟିଦିନଗୁଡ଼ିକରେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଭ୍ରମଣରେ ଆସିଥାନ୍ତି। କୋରାପୁଟର ରାଣୀ ଡୁଡୁମା, ଗିରିଧାରୀ ଓ କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି। ସେହିପରି ସାତକୋଶିଆ ଇକୋ ରିଟ୍ରିଟ୍‌ରେ ରାତ୍ରିଯାପନ କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବା ସହ ବୋଟିଂ କରିବା, କଇଁଛ, କୁମ୍ଭୀର, ହରିଣ ସହିତ ବିଭିନ୍ନ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇବେ। ଦାରିଙ୍ଗବାଡି ଇକୋ ରିଟ୍ରିଟ୍‌ରେ ଜଙ୍ଗଲ ପରିବେଶ ଭିତରେ ଜଳପ୍ରପାତ, ମୁଦିବନ୍ଧ, କଫି ଗାର୍ଡେନ, ଲଭର୍ସ ପଏଣ୍ଟ ଓ ମଣ୍ଡାସୁରରେ ପର୍ଯ୍ୟଟକ ଭ୍ରମଣ କରିବାର ମଜା ନେଇପାରିବେ। ଭିତରକନିକା ଇକୋରିଟ୍ରିଟ ନିକଟରେ ଥିବା ବରୁଣେଇ ଜଙ୍ଗଲ ଭ୍ରମଣ, ଜଳକ୍ରୀଡା, ବୋଟିଂର ମଜା ପର୍ଯ୍ୟଟକ ନେଇଥାନ୍ତି। ସେହିପରି କୋଣାର୍କ, ପତି ସୋନାପୁରରେ ସାମୁଦ୍ରିକ ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ବିଳାସବ୍ୟସନ ରହଣି ସାଙ୍ଗକୁ ଖାଦ୍ୟ ପାନୀୟର ମଜା ନେଇଥାନ୍ତି। ଏଠାକୁ ବିଦେଶୀ ପର୍ଯ୍ୟଟକଙ୍କ ଅପେକ୍ଷା ପଡୋଶୀ ରାଜ୍ୟର ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବା ଭଳି ଯୋଜନା କରାଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories