ମଣିପୁର ହିଂସା: ତଦନ୍ତ ପାଇଁ ଗଠନ ହେଲା କମିଟି

ଇମ୍ଫାଲ : ମଣିପୁରର ଜିରିବାମ୍‌ ଜିଲାରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ନିମନ୍ତେ ରାଜ୍ୟ ସରକାର ଦୁଇଜଣିଆ କମିଟି ଗଠନ କରିଛନ୍ତି। ପୁଲିସ ଗୁଇନ୍ଦା ବିଭାଗ ଆଇଜି କେ.କବିବଙ୍କୁ କମିଟି ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିବାବେଳେ ରେଞ୍ଜ-୩ ଡିଆଇଜି ନିଙ୍ଗ୍‌ସେନ ୱର୍ନଗମ ସଦସ୍ୟ ରହିଛନ୍ତି। ରବିବାର ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ନିରାପତ୍ତାରକ୍ଷୀମାନେ ଗୁଳିଚାଳନା କରିଥିବାବେ​‌ଳେ ଜଣେ ୨୧ ବର୍ଷୀୟ ଯୁବକ ପ୍ରାଣ ହରାଇଛନ୍ତିି। ବିକ୍ଷୋଭକାରୀମାନେ ସାଧାରଣ ସମ୍ପତ୍ତି ନଷ୍ଟ ଉଦ୍ୟମ କରୁଥିବାବେଳେ ସେମାନଙ୍କୁ ରୋକିବାକୁ ଗୁଳିଚାଳନା କରିବାକୁ ପଡିଥିଲା।

Comments are closed.