www.samajalive.in
Sunday, December 7, 2025
15.1 C
Bhubaneswar

ଦିଲ୍ଲୀରେ ୫୦୦ ଟପିଲା ଏକ୍ୟୁଆଇ : କୃତ୍ରିମ ବର୍ଷା ପାଇଁ ଲୋଡାଗଲା କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ଓ ଏନ୍‌ସିଆରରେ ପ୍ରଦୂଷଣ ମାତ୍ରା ସାଂଘାତିକ ହୋଇପଡିଥିବାବେଳେ ଏହାକୁ ରୋକିବାକୁ ରାଜ୍ୟ ସରକାର ସାନି ଉଦ୍ୟମ ଆରମ୍ଭ କରିଛନ୍ତି। ମଙ୍ଗଳବାର ଦିଲ୍ଲୀର ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ୫୦୦ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାୟୁମଣ୍ଡଳରେ ପ୍ରଦୂଷଣ ସୃଷ୍ଟିକାରୀ ପଦାର୍ଥ ନଷ୍ଟ କରିବାକୁ କୃତ୍ରିମ ବର୍ଷା କରାଇବାକୁ ରାଜ୍ୟ ସରକାର ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡିଥିବା ଜଣାପଡିଛି। ଏହି ପ୍ରସଙ୍ଗରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତିି ଯେ ସାଂପ୍ରତିକ ସମୟରେ କୃତ୍ରିମ ବର୍ଷା ଅତ୍ୟନ୍ତ ଜରୁରୀ। ପୂର୍ବରୁ କୃତ୍ରିମ ବର୍ଷା ପାଇଁ ଅନୁମତି ଲୋଡାଯାଇଥିଲେ ସୁଦ୍ଧା କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିବା ସେ ଅଭିଯୋଗ କରିଛନ୍ତି। କ୍ଲାଉଡ ସିଡିଙ୍ଗ ପଦ୍ଧତି ଅନୁଯାୟୀ କୃତ୍ରିମ ବର୍ଷା କରାଯାଇଥାଏ। ଏହାଦ୍ବାରା ବାୟୁମଣ୍ଡଳରେ ଥିବା ପ୍ରଦୂଷଣ ସୃଷ୍ଟିକାରୀ ପଦାର୍ଥର ବିଲୟ ଘଟିଥାଏ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ତେଣୁ କୃତ୍ରିମ ବର୍ଷା ପ୍ରସଙ୍ଗରେ ଆଲୋଚନା କରିବାକୁ ସେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ପତ୍ର ଲେଖିଛନ୍ତି। ପୂର୍ବରୁ କୃତ୍ରିମ ବର୍ଷାର ସଫଳତା ନେଇ କାନପୁର ଆଇଆଇଟି ପକ୍ଷରୁ ପରୀକ୍ଷଣ କରାଯାଇଥିଲା। ଦିଲ୍ଲୀ ସରକାର ଇତିମଧ୍ୟରେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢାକୁ ଅନଲାଇନ ବ୍ୟବସ୍ଥା କରିଥିବାବେଳେ ପେଟ୍ରୋଲ/ଡିଜେଲ ଚଳିତ ଯାନର ଚଳାଚଳ ଉପରେ କଟକଣା ଲାଗୁ କରିସାରିଛନ୍ତି। ପଚାଶ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହି (ୱାର୍କ ଫ୍ରମ ହୋମ୍‌) କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ମଙ୍ଗଳବାର ଦିଲ୍ଲୀର ଦ୍ବାରକାରେ ଏକ୍ୟୁଆଇ ସର୍ବନିମ୍ନ ୪୮୦ ରହିଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଆଇଏମଡି ପକ୍ଷରୁ ଦିଲ୍ଲୀ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ଆକାଶ ଧୂମାଚ୍ଛନ୍ନ ରହିଥିବାରୁ ବିମାନ ଓ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି। ଦିଲ୍ଲୀରୁ ୨୨ଟି ଦୂରଗାମୀ ଟ୍ରେନ ବିଳମ୍ବରେ ଯାତ୍ରାରମ୍ଭ କରିଛି। ଅପରପକ୍ଷରେ ଏକାଧିକ ଘରୋଇ ଏୟାରଲାଇନ୍ସ ବିମାନର ଉଡାଣ ଓ ଅବତରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା କୁହାଯାଇଛି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀରେ ଲାଗୁ କରାଯାଇଥିବା ଗ୍ରାପ୍‌-୪ ଯୋଜନାକୁ ସଫଳ ଭାବେ କାର୍ଯ୍ୟକାରୀ କରାଯାଉନଥିବାରୁ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories