ସ୍ମାର୍ଟଫୋନ୍ ପରେ ଏବେ ଲାପଟପ୍ ଆଣିବ ଗୁଗଲ
ନୂଆଦିଲ୍ଲୀ : ଗୁଗଲ ଏବେ ଏକ ନୂଆ ଲାପଟପ୍ ପ୍ରସ୍ତୁତ କରିବା ପାଇଁ ଯୋଜନା କରୁଛି । ଏହି ଲାପଟପର ନାଁ ପିକ୍ସେଲ ହେବ । ଗୁଗଲ ପୂର୍ବରୁ ଉତ୍ତମ ସ୍ମାର୍ଟଫୋନ୍ ଓ ଟାବଲେଟ୍ ପ୍ରସ୍ତୁତ କରୁଛି ଆଉ ଏବେ ଏକ ଭଲ ଲାପଟପ୍ ପ୍ରସ୍ତୁତ କରିବାକୁ ଚାହୁଁଛି । ଏହି ନୂଆ ଲାପଟପ୍ ଆପଲର ମାକବୁକ୍ ପ୍ରୋ, ଡେଲ୍ ଏକ୍ସପିଏସ୍, ମାଇକ୍ରୋସଫ୍ଟ ସରଫେସ୍ ଲାପଟପ୍ ଓ ସାମସଙ୍ଗ ଗ୍ୟାଲେକ୍ସି କ୍ରୋମବୁକ୍ ଭଳି ଦମଦାର ଲାପଟପ୍ ହେବ । ଅର୍ଥାତ୍ ଗୁଗଲ ଏବେ ସିଧା ଆପଲ, ସାମସଙ୍ଗ, ଡେଲ୍ ଭଳି କମ୍ପାନୀ ସହ ମୁକାବିଲା କରିବ ।
ଗୁଗଲର ନୂଆ ଲାପଟପରେ ଉତ୍ତମ ଫିଚର୍ସ ହେବା ଆଶା କରାଯାଉଛି । ଏକ ଉତ୍ତମ କ୍ବାଲିଟିର ସ୍କ୍ରିନ୍ ଯେଉଁଥିରେ ଭିଡିଓ ଦେଖିବା ଓ କାମ କରିବାକୁ ମଜା ଆସିବ । ଏଥିରେ ଗୁଗଲ ନିଜ ପ୍ରସ୍ତୁତ ହୋଇଥିବା ଟେନସର୍ ଚିପ ବ୍ୟବହାର କରିପାରେ । ଏହି ଚିପ୍ ଗୁଗଲର ଫୋନରେ ମଧ୍ୟ ବ୍ୟବହାର ହୋଇଥାଏ । ଏହି ଚିପ୍ ସାହାଯ୍ୟରେ ଲାପଟପ୍ ବହୁତ ସ୍ପିଡ୍ ଚାଲିବ ଏବଂ ଏହାର ବ୍ୟାଟେରୀ ମଧ୍ୟ ଅନେକ ସମୟ ପର୍ଯ୍ୟନ୍ତ ରହିବ । ଗୁଗଲ ଆସିଷ୍ଟାଣ୍ଟ ଓ ଦମଦାର ସିକ୍ୟୋରିଟି ମଧ୍ୟ ଏହି ଲାପଟପରେ ମିଳିବ । ତେବେ ଏହି ଲାପଟପ୍ କେବେ ବଜାରକୁ ଆସିବ ଏବଂ ଏହାର ଦାମ୍ କେତେ ହେବ ସେନେଇ କମ୍ପାନୀ କୌଣସି ସୂଚନା ଦେଇନି ।
Comments are closed.