www.samajalive.in
Sunday, December 7, 2025
23.1 C
Bhubaneswar

ଅତାବିରା ନିୟନ୍ତ୍ରିତ ବଜାର ପରିଦର୍ଶନ କଲେ ଉପଜିଲ୍ଲାପାଳ

ରେଙ୍ଗାଲିକ୍ୟାମ୍ପ: ଅତାବିରା ନିୟନ୍ତ୍ରିତ ବଜାରରେ ଆସନ୍ତା ୨୦ ତାରିଖରୁ ଖରିଫ ଧାନ ସଂଗ୍ରହ ହେବାକୁ ଯାଉଛି । ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲା ଗସ୍ତରେ ଆସି ଅନେକ ଧାନ ମାର୍କେଟ ପରିଦର୍ଶନ କରିବା ସମ୍ଭାବନା ରହିଛି। ଏହି ଖବର ପାଇ ସରକାରୀ ବାବୁ ମାନେ ସମସ୍ତ ମଣ୍ଡି ସଜାଡ଼ିବା ପାଇଁ ମଣ୍ଡି ପରିଦର୍ଶନ କରିବା ଆରମ୍ଭ କରି ଦେଇଛନ୍ତି। ଉପଜିଲ୍ଲାପାଳ ଅତାବିରା ମଣ୍ଡି ପରିଦର୍ଶନରେ ଆସି କର୍ମଚାରୀ ଓ ନୂତନ ଭାବେ ଦାୟିତ୍ଵ ନେଇଥିବା ସମ୍ପାଦକଙ୍କ ଗହଣରେ ସାମାନ୍ୟ ଆଲୋଚନା କରି ଚାଲିଯାଇଥିଲେ।
ଏହି ମାର୍କେଟର ଆଗ ପଟେ ଦୁଇଟି ମୁଖ୍ୟଦ୍ଵାର ରହିଛି, ଯାହା ଧାନ ସଂଗ୍ରହ ବେଳେ ବନ୍ଦ ହୋଇଥାଏ। ମାତ୍ର ମାର୍କେଟର ଚାରିପଟେ ୧୩ଟି ରାସ୍ତା ରହିଛି, ଏହାକୁ ବନ୍ଦ କରିବା ପାଇଁ କିଛି ମାସ ତଳେ ଜିଲ୍ଲାପାଳ ଆସି ନିର୍ଦ୍ଦେଶ ଦେଇ ଯାଇଥିଲେ। କିନ୍ତୁ ତାହା ଆଜି ଯାଏଁ ବନ୍ଦ ହୋଇପାରି ନାହିଁ। କାର୍ଯ୍ୟାଳୟ ଛାତ ଉପରେ ପଡ଼ି ରହିଛି ବଡ ବଡ ଗଛ। ଚାରିପଟେ ଆବର୍ଜନା ପଡ଼ି ରହି ପରିବେଶ ଅପ୍ରୀତିକର ହୋଇଛି । କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ନିମ୍ନ ମାନର କାମ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ଆଉ ମାତ୍ର ଛଅ ଦିନ ରହିଲା ମାର୍କେଟ ଖୋଲିବ। ହେଲେ ମାର୍କେଟ ସଜଡ଼ା ହୋଇପାରୁ ନାହିଁ। ମଣ୍ଡି ମାନଙ୍କରେ ଅନେକ ସମସ୍ୟା ରହିଛି ,କିନ୍ତୁ ଅଧିକାରୀ ମାନେ କୌଣସି କଠୋର ପଦକ୍ଷେପ ନେଇ ପାରୁ ନଥିବା ଅଭିଯୋଗ ହୋଇଛି।

ଜାଣନ୍ତୁ.. ହ୍ୱାଟ୍ସଆପ୍‌ ଆଣିଲା ଜବରଦସ୍ତ ଫିଚର୍‌; ଏବେ ଚାଟ୍‌ କରିବା ହେବ ଖୁବ୍‌ ସହଜ..ମିଳିବ ଏହି ସୁବିଧା..

Hot this week

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories