ରେଙ୍ଗାଲିକ୍ୟାମ୍ପ: ନ୍ୟାୟ ପାଇବାକୁ ଆଉ କେତେ ଦିନ ଅପେକ୍ଷା କରିବେ ? ସେମାନଙ୍କୁ ଥଇଥାନ କେବେ କରିବେ ସରକାର ? କେବେ ସ୍ଥାପିତ ହେବେ ବିସ୍ଥାପିତ ? ଏମିତି ଅନେକ ଯନ୍ତ୍ରଣାଦାୟକ କୋହ ଭରା ପ୍ରଶ୍ନ ସରକାରଙ୍କୁ ପଚାରୁଛନ୍ତି ହୀରାକୁଦ ନଦୀବନ୍ଧ ବିସ୍ଥାପିତ ପରିବାର। ଅତାବିରା ବ୍ଲକ ଅନ୍ତର୍ଗତ ସରଣ୍ଡା ହାଇସ୍କୁଲ ପଡ଼ିଆରେ ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି , ସମ୍ବଲପୁରର ସଭାପତି ଲୋକନାଥ ସାହୁଙ୍କ ନେତୃତ୍ୱରେ ବିସ୍ଥାପିତ ପରିବାରମାନଙ୍କୁ ନେଇ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଥଇଥାନ (ଜମିଡିହ ପଟ୍ଟା)ରୁ ବଞ୍ଚିତ ଥିବା ବିସ୍ଥାପିତ ପରିବାରର ଶତାଧିକ ଲୋକ ଉପସ୍ଥିତ ରହି ତାଙ୍କର ହକ ପାଇଁ କରୁଥିବା ସଙ୍ଘର୍ଷ ପାଇଁ ରଣହୁଙ୍କାର ଦେଇ ଯୋଜନା ପ୍ରସ୍ତୁତ କରିଥିଲେ। ହୀରାକୁଦ ବିସ୍ଥାପିତ କଲ୍ୟାଣ ସମିତି ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁସାରେ ହୀରାକୁଦ ନଦୀବନ୍ଧ ପାଇଁ ସମଗ୍ର ଅଞ୍ଚଳର ଦେଢ ଲକ୍ଷ ହେକ୍ଟର ଚାଷ ଜମି ବୁଡିଗଲା। ୭୫୦ ବର୍ଗ କିଲୋମିଟର ବ୍ୟାପି ଜଳ ଭଣ୍ଡାର ଅଞ୍ଚଳରେ ଥିବା ୩୬୯ଟି ଗାଁ ପାଣିରେ ସମାଧି ହୋଇଗଲା । ଶହ ଶହ ମଠ ମନ୍ଦିର, ଧର୍ମାନୁଷ୍ଠାନ ସହ ଘର ଦ୍ବାର ସମ୍ପର୍କ ସମ୍ପତ୍ତି ବୁଡିଲା । ଏଥିପାଇଁ ୨୬ ହଜାର ୫୦୧ ପରିବାର ନିଜ ଭିଟା ମାଟି ଛାଡ଼ି ହେଲେ ବିସ୍ଥାପିତ। ୬୫ ବର୍ଷ ପରେ ଏହି ସଂଖ୍ୟା ୯୬ ହଜାରକୁ ବୃଦ୍ଧି ହେଲା। ବିଳମ୍ବରେ ହେଲେ ମଧ୍ୟ ଓଡ଼ିଶା ସରକାର ରାଜସ୍ବ ବିଭାଗଙ୍କ ପତ୍ର ସଂଖ୍ୟା ୫୫୩୧ ଅନୁସାରେ ଜିଲ୍ଲାପାଳ ଓ ଆର୍ ଡି ସି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ପ୍ରତି ବିସ୍ଥାପିତ ପରିବାରଙ୍କୁ ୧୦ ଡିସିମିଲ ଜମି ଯୋଗାଇ ଦେବାପାଇଁ ।
ନଭେମ୍ବରରେ ଗ୍ରହଙ୍କ ମହାସଂଯୋଗ: ଏହି ରାଶିଙ୍କୁ ଭାଗ୍ୟଶାଳୀ କରିବେ ଶିବଶଙ୍କର, ଚମକିବ ଭାଗ୍ୟ, ହଠାତ୍ ମିଳିବ ଧନ..
୨୨ ବର୍ଷ ପରେ ପରିସଂଖ୍ୟାନ ତଥ୍ୟ ଅନୁଯାୟୀ ଝାରସୁଗୁଡ଼ାର ୩୮୦୦ ପରିବାର, ବରଗଡ଼ର ୧୧୨ ପରିବାର ଓ ସମ୍ବଲପୁର ର ୭୦୦ ପରିବାର ମୋଟ ୪୫୦୦ ପରିବାରଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । କିନ୍ତୁ ଏବେ ସୁଦ୍ଧା ୮୪ ହଜାର ପରିବାର ବଞ୍ଚିତ ଅଛନ୍ତି । ସେଥି ମଧ୍ୟରୁ ଅତାବିରା ତହସିଲରେ ସର୍ବାଧିକ ୧୩୭୫ ପରିବାର ଆବେଦନକାରି ଅଛନ୍ତି । ଏମାନେ ଆବଶ୍ୟକ ପ୍ରମାଣ ପତ୍ର ନ ମିଳିବା ହେତୁ ଆଜି ଯାଏ ଜମି ପଟ୍ଟାରୁ ବଞ୍ଚିତ। ଏମାନେ ଅନେକ ଥର କାର୍ଯ୍ୟପାଳିକା ,ବ୍ୟବସ୍ଥାପିକା ସଭାକୁ ନିବେଦନ କରିଥିଲେ ହେଁ ଆଜି ସୁଦ୍ଧା କିଛି ଫଳପ୍ରଦ ହୋଇପାରି ନାହିଁ । ତେଣୁ ଆଗାମୀ ଦିନରେ ଶକ୍ତିଶାଳୀ ସ୍ତମ୍ଭ ନ୍ୟାୟପାଳିକା କୁ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ବ୍ୟତୀତ ଆସନ୍ତା ନଭେମ୍ବର ୨୫ ତାରିଖ ଦିନ ଅତାବିରା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଥାପିତ ୧୦୦ ପରିବାର ଜମି ଡିହ ପାଇଁ ଗଣ ଧାରଣା ଦେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଏହି ବୈଠକରେ ସମିତିର ବରଗଡ଼ ବ୍ଲକ ଉପସଭାପତି ବିନୋଦ ଡନସନା, ଅତାବିରା ବ୍ଲକ ସଭାପତି ଶଙ୍କର ମେହେର, ଭଟିଲି ବ୍ଲକ ସଭାପତି ସନ୍ତୋଷ ମିର୍ଦ୍ଧାଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ବିସ୍ଥାପିତ ପରିବାର ସାମିଲ ହୋଇଥିଲେ।
ବାସ୍ ଏହି ସରଳ ଉପାୟରେ ପତି-ପତ୍ନୀ ମଧ୍ୟରେ ଆଦୌ ହେବନି କଳହ, ଅଶାନ୍ତି,ସୁଖମୟ ହେବ ଜୀବନ..



