ଖତ ଖାଉଛି ଲକ୍ଷାଧିକ ଟଙ୍କାର କ୍ୱାର୍ଟର, ଜଣେ ଶିକ୍ଷକରେ ଚାଲିଛି ଆଶ୍ରମ ବିଦ୍ୟାଳୟ

ରେଙ୍ଗାଲିକ୍ୟାମ୍ପ : ସରକାର କା ମାଲ୍, ଦରିଆ ମେ ଡାଲ୍ ଉକ୍ତିର ଯଥାର୍ଥତା ପରିଲକ୍ଷିତ ହୁଏ ଲକ୍ଷାଧିକ ଅର୍ଥ ବ୍ୟୟରେ ତିଆରି ହୋଇ ଖତ ଖାଉଥିବା ଦୁଇ ମହଲାର ଷ୍ଟାଫ କ୍ୱାର୍ଟରକୁ ଦେଖିଲେ। କାର୍ଯ୍ୟକ୍ଷମ ହୋଇପାରୁନି ଏହି ବିଦ୍ୟାଳୟ ଷ୍ଟାଫ କ୍ୱାର୍ଟର । ଲକ୍ଷାଧିକ ଟଙ୍କା ବ୍ୟୟରେ ୨ ମହଲା ବିଶିଷ୍ଟ କୋଠା ସରକାର ନିର୍ମାଣ କରିଥିବାବେଳେ ତାହା ଏବେ ଖାଲି ପଡିଛି ।
ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ସୋଢ଼ା ପାଲି ସ୍ଥିତ ଆଦିବାସୀ ଆବାସିକ ଆଶ୍ରମ ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି ନିର୍ମାଣ ହୋଇଛି ଦୁଇ ମହଲା ବିଶିଷ୍ଟ କୋଠଘର ବିଦ୍ୟାଳୟର ଷ୍ଟାଫ ମାନଙ୍କ ରହିବା ପାଇଁ । କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ ସମୂର୍ଣ୍ଣ ହୋଇ ନଥିବାରୁ ବର୍ଷ ବର୍ଷ ଧରି ପଡି ରହି ଭିତରେ ଅନାବନା ଘାସ ବୁଦା ସହ ଜରାଜୀର୍ଣ୍ଣ ହୋଇ ପଡ଼ିଛି । ଏହି କୋଠଘରଟି ବାହାରୁ ରଂଗ କରାଯାଇ ଚକାଚକ୍ କରାଯାଇଛି। ଯିଏ ଦେଖିଲେ କହିବ ବିଦ୍ୟାଳୟର ବିକାଶ ଆଗେଇ ଚାଲିଛି । କିନ୍ତୁ ଭିତରଟା ଦେଖିଲେ ଜଣା ପଡ଼ୁଛି ସରକାରୀ ଅର୍ଥର ଅପବ୍ୟୟ କିପରି କରାଯାଉଛି। ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ କି ଜଳ ଯୋଗାଣ ବ୍ୟବସ୍ଥା ନାହିଁ ।ତେଣୁ କେହି ରହିପାରୁ ନାହାନ୍ତି ।

୨୦୨୫ରେ ଶନି-ଗୁରୁଙ୍କ ଚଳନ; ଏହି ରାଶିଙ୍କ ହେବ ସବୁ ସ୍ୱପ୍ନ ପୂରଣ, ହେବେ ଭାଗ୍ୟଶାଳୀ..

କେଉଁଠି ବିଦ୍ୟାଳୟରେ ଶ୍ରେଣୀ କୋଠରୀ ଅଭାବରୁ ପିଲାଏ ବାରଣ୍ଡାରେ, ଗଛ ମୂଳେ ବସି ପାଠ ପଢୁଥିବା ବେଳେ ଏଠି ଖତ ଖାଉଛି କୋଠା । ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି, ଏହି ବିଦ୍ୟାଳୟ ପ୍ରଥମରୁ ଅଷ୍ଟମ ଯାଏ ୧୪୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ଆଉ ତିନି ଜଣ ଅତିଥି ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । କିନ୍ତୁ ଖାଲି ପଡ଼ିଛି ପଦବୀ । ପିଲାଙ୍କ ଭବିଷ୍ୟତ ଚିନ୍ତା ନେଇ ଗ୍ରାମବାସୀଙ୍କ ପକ୍ଷରୁ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ରଖାଯାଇଛି ଏବଂ ଜଣେ ସହୃଦୟ ବ୍ୟକ୍ତି ସ୍ଵେଚ୍ଛାକୃତ ଭାବରେ ଶିକ୍ଷାଦାନ କରୁଛନ୍ତି।

Comments are closed.