www.samajalive.in
Monday, December 15, 2025
24.1 C
Bhubaneswar

ଗୋକୁଳାଷ୍ଟମୀ ମହୋତ୍ସବ ପାଳିତ

ରେଙ୍ଗଲିକମ୍ପ:ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଡାହାରୁ ପଡା ଗ୍ରାମରେ ଗୋକୁଳାଷ୍ଟମୀ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶତାଧିକ ମହିଳାମାନଙ୍କ ଦ୍ଵାରା କଳସ ଶୋଭାଯାତ୍ରା ମଧ୍ୟ ଆୟୋଜନ କରାଯାଇଥିଲା। ପରେ ପଣ୍ଡିତ ରଙ୍କମଣି ହୋତା ପୂଜା କାର୍ଯ୍ୟ ତୁଲାଇଥିଲେ। ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ ଜଗନ୍ନାଥ ମହାପାତ୍ର ଓ ଗଉରହରି ପ୍ରଧାନ।
କର୍ତ୍ତା ଦାୟିତ୍ଵ ତୁଲାଇଥିଲେ ସପତ୍ନୀକ ସୀତାରାମ ଧନବାର୍ ଓ ମମତା ଧନବାର୍।ଏଥିରେ ଅଞ୍ଚଳର ହଜାର ହଜାର ଦର୍ଶକମାନଙ୍କ ସମାଗମ ହୋଇଥିଲା ଓ ମନୋ ରଞ୍ଜନ ସକାଶେ ଦିନବେଳା କୁସମ ଟିକ୍ରାର କୃଷ୍ଣଗୁରୁ ଓ ରାତ୍ରୀରେ ଭଗବାନ ପାର୍ଟି କୁମ୍ଭାରୀ ର ନାଟକ ପରିବେଷଣ କରାଯାଇଥିଲା।ଗ୍ରାମ ର ସ୍ବେଚ୍ଛାସେବୀ ଓ ଅତାବିରା ପୋଲିସ ଦ୍ବାରା ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ସଭାପତି ଭାବରେ ଧନିରାମ ଦାସ,ସମ୍ପାଦକ ଭାବରେ ଶିବ ବାରୁ,କୋଷାଧ୍ୟକ୍ଷ ଭାବରେ ସମାରୁ ବାରୁ କାର୍ଯ୍ୟ ତୁଲାଇଥିଲେ। କାର୍ଯ୍ୟକ୍ରମକୁ ମହତ ହର, ଗଣେଶ ଟପ୍, ମଙ୍ଗଳୁ ହର, ଧର୍ମରାଜ ଟପ୍, ରଘୁଟପ୍, ଶଙ୍କର ବାରୁ, ବିହାରୀ ଟପ୍, କମଳାକାନ୍ତ କୁମ୍ଭାର, ସୁମନ୍ତ ମହାନନ୍ଦ, ଚୈତନ୍ୟ ହର, ଗଉତମ୍ ଟପ୍, ବୃଷଭ ହର, ଜଗତ ମୁଣ୍ଡା, ହରିଶ୍ଚନ୍ଦ୍ର ମୁଣ୍ଡା,ସରୋଜ ମୁଣ୍ଡା, ସୁବାଷ ମହାନନ୍ଦ,କୈଳାସ ଭେଙ୍ଗ୍ରା, ନାରାୟଣ ଗୋୟଲ୍,ଏମ୍ ଶ୍ରୀନିବାସ୍, ସୁବୋଧ ତାଣ୍ଡି, ଗୋପାଳ କୁମ୍ଭାର, ପେଟୁ ମୁଣ୍ଡା, ପେଟୁ ହର, ଦୁର୍ଯୋଧନ ବାରିକ ତଥା  ସମସ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ରହିଥିଲା। ଭସାଣି ଯାତ୍ରା ଅନୁଷ୍ଠିତ ହେବାର ସ୍ଥିରୀକୃତ ହୋଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories