ଫୁଲବାଣୀ: ଫୁଲବାଣୀ ପୌରାଞ୍ଚଳ ଅନ୍ତର୍ଗତ ସାଇନପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ ଦିନ ଧରି ମଧ୍ୟାହ୍ନ ଭୋଜନ ବନ୍ଦ ରହିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ମମତା ମଞ୍ଜରୀ ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଗୋଷ୍ଠୀ ଶିକ୍ଷା ଅଧିକାରୀ। ସୂଚନାଯୋଗ୍ୟ, ଏହି ବିଦ୍ୟାଳୟରେ ପ୍ରାୟ ୧୦ ଦିନ ତଳୁ ମଧ୍ୟାହ୍ନ ଭୋଜନ ଚାଉଳ ସରିଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ କିଛି ଦିନ ନିକଟ ଅଙ୍ଗନବାଡି କେନ୍ଦ୍ରରୁ ଚାଉଳ ଧାର ଆଣି କାମ ଚଳାଇଥିଲେ। ପରେ ଚାରି ଦିନ ମଧ୍ୟାହ୍ନ ଭୋଜନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଅଭିଭାବକମାନେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଥିଲା। ଦାୟିତ୍ୱରେ ଅବହେଳା ଯୋଗୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଥିବା ପ୍ରକାଶ କରିଛନ୍ତି ସିଆରସିସି ରବୀନ୍ଦ୍ର ଦିଗାଲ। ଅପରପକ୍ଷରେ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ପୂର୍ବରୁ ଅବଗତ କରାଇଥିବା ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି।
Popular Categories



