www.samajalive.in
Monday, December 8, 2025
14.1 C
Bhubaneswar

ଭାରତ ଗସ୍ତରେ ମରିସସ୍‍ ପ୍ରଧାନମନ୍ତ୍ରୀ ; ପ୍ରବାସୀ ଭାରତୀୟ ଦିବସ ସମାରୋହରେ ମୁଖ୍ୟଅତିଥି

ନୂଆଦିଲ୍ଲୀ : ମରିସସ୍‍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍‍ କୁମାର ଯୁଗନାଥ ସପ୍ତାହବ୍ୟାପୀ ଭାରତ ଗସ୍ତରେ ଆସି ରବିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସୋମବାର ସେ ବାରାଣାସୀ ଗସ୍ତ କରି ଗଙ୍ଗା ଆଳତୀ ଦର୍ଶନ କରିବେ। ସେହିପରି ସେ ବାରାଣାସୀ ନୌବିହାର କରିବାର କାର୍ଯ୍ୟକ୍ରମ ରହିଛି। ମଙ୍ଗଳବାର ଶ୍ରୀ ଯୁଗନାଥ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେବେ।

ଏହି ଗସ୍ତକାଳରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମରିସସ୍‍ ପ୍ରତିନିଧି ଦଳ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ। ଭାରତ ରହଣି କାଳରେ ଶ୍ରୀ ଯୁଗନାଥ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍‍ଙ୍କୁ ମଧ୍ୟ ସାକ୍ଷାତ୍‍ କରିବାର କାର୍ଯ୍ୟସୂଚୀ ରହିଛି। ମୁମ୍ବାଇଠାରେ ଗଣତନ୍ତ୍ର ଦିବସ ପ୍ୟାରେଡ୍‍ରେ ଏହି ପ୍ରତିନିଧି ଦଳର ନେତାମାନେ ଯୋଗ ଦେବେ। ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ଯୁଗନାଥଙ୍କ ପାଇଁ ‘ଆଟ୍‍ ହୋମ୍‍’ ଉତ୍ସବର ଆୟୋଜନ କରିବେ।
ସୂଚନା ଯୋଗ୍ୟ, ଭାରତ ହେଉଛି ମରିସସର ବୃହତ୍ତମ ବାଣିଜ୍ୟିକ ଅଂଶୀଦାର। ୨୦୦୭ ମସିହା ପରଠାରୁ ମରିସସ୍‍କୁ ସାମଗ୍ରୀ ଓ ସେବା ଯୋଗାଇ ଦେବାରେ ଭାରତ ବୃହତ୍ତମ ରପ୍ତାନୀକାରୀର ରାଷ୍ଟ୍ରର ମାନ୍ୟତା ହାସଲ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories