www.samajalive.in
Sunday, December 7, 2025
23.1 C
Bhubaneswar

ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ: ବୁଧବାର ରାଶିଫଳ

ମେଷ:ଥଣ୍ଡାଜନିତ କ୍ଲେଶ ଅନୁଭବ କରିପାରନ୍ତି। ଏକାନ୍ତ ସାଧନା ଫଳବତୀ ହେବ। କର୍ମଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ।
ବୃଷ: ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ମିଥୁନ: ମନ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। କୁଳ ପ୍ରଦୀପ ହେବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ଜୀବନ ମଧୁମୟ ହେବ।

କର୍କଟ:ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଭୋଗୀ ଓ ବିଳାସୀ ହେବେ। ଆଜି ଦିନଟି ଆପଣଙ୍କ ପାଇଁ ସୁଖସମୃଦ୍ଧିପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ।
ସିଂହ: କ୍ରୋଧ ସମ୍ବରଣ କରି ହିତପୋଦେଶ ଦେଇପାରନ୍ତି। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କେତେକ ସ୍ବାର୍ଥନ୍ବେଷୀ ବନ୍ଧୁ କରଛଡ଼ା ଦେଇପାରନ୍ତି। ବ୍ୟବସାୟରୁ ଲାଭ ହେବ। କନ୍ୟା:ଜଣେ ସମାଜସେବୀ ବ୍ୟକ୍ତିଭାବେ ଲୋକାଦ୍ରୁତ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ଆଦର୍ଶ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ପତ୍ନୀଙ୍କ ଉପଦେଶ ଗ୍ରହଣୀୟ ହେବ।
ତୁଳା: ଭ୍ରାତୃଭାବ ଅତୁଟ ରହିବ। ସ୍ବଳ୍ପ ଆୟ ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।
ବିଛା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। କରିତ୍‌କର୍ମା ଓ ଜ୍ଞାନୀ ହେବେ।
ଧନୁ: ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କୃଷି କର୍ମକାରୀ ହୋଇପାରନ୍ତି। ଜଳଯାତ୍ରାରେ ବିପଦ ଅଛି।
ମକର: ଆତ୍ମବିଶ୍ବାସୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ୍ତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଆଦର, ସମ୍ମାନ ପ୍ରାପ୍ତ ହେବେ।

- Advertisement -

କୁମ୍ଭ: ସୌଭାଗ୍ୟଶାଳୀ ହୋଇପାରନ୍ତି। ଜ୍ଞାନୀ, ଗୁଣୀଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ମିତ୍ରଙ୍କଠାରୁ ସହାୟତା ମିଳିବ।
ମୀନ: ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ବଳବାନ୍‌ ହେବେ। ମାଲିମୋକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯିବ। ଧନସମ୍ପଦ ଭରପୂର ରହିବ। ଲୋକପ୍ରିୟ ହେବେ। ସମାଜରେ ଗୌରବ ପ୍ରାପ୍ତିର ସୂଚନା ମିଳୁଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories