www.samajalive.in
Saturday, December 6, 2025
16.1 C
Bhubaneswar

ଏହି ବିଜୟ ଐତିହାସିକ ଓ ଅବିଶ୍ୱସନୀୟ, ଆମେରିକା ପାଇଁ ଏହା ସ୍ୱର୍ଣ୍ଣିମ ଯୁଗ- ଟ୍ରମ୍ପ

ନୂଆଦିଲ୍ଲୀ : ଡୋନାଲ୍ଡ ଟ୍ରମ୍ପ ହେଲେ ଆମେରିକାର ୪୭ ତମ ରାଷ୍ଟ୍ରପତି । ଜିତିବା ପରେ ଆମେରିକାବାସୀଙ୍କୁ ବିଜୟୀ ଭାଷଣ ଦେଇ ପ୍ରଥମେ ଟ୍ରମ୍ପ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଟ୍ରମ୍ପ କହିଛନ୍ତି, ଆମେରିକା ଭବିଷ୍ୟତ ପାଇଁ କାମ କରିବି । ଆମେରିକା ପାଇଁ ଏହା ସ୍ୱର୍ଣ୍ଣିମ ଯୁଗ ହେବ । ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ । ଜବରଦସ୍ତ ବିଜୟ ହୋଇଥିବାରୁ ଆମେରିକାବାସୀଙ୍କ ପ୍ରତି କୃତଜ୍ଞ । ବିଜୟ ଯାତ୍ରାପଥ ଆଦୌ ସହଜ ନଥିଲା । ଏପର୍ଯ୍ୟନ୍ତ ହୋଇଥିବା ଆନ୍ଦୋଳନ ମଧ୍ୟରେ ଏହା ସବୁଠାରୁ ମହାନ ରାଜନୈତିକ ଆନ୍ଦୋଳନ । ଏହି ବିଜୟ ଐତିହାସିକ ଓ ଅବିଶ୍ୱସନୀୟ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଟ୍ରମ୍ପ ୨୭୭ ଇଲୋକ୍ଟରାଲ୍‌ ଭୋଟ୍‌ ପାଇଛନ୍ତି । କମଳା ହାରିସ୍‌ଙ୍କୁ ହରାଇ ବିଜୟୀ ହେଲେ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭ ଓ କମଳା ହ୍ୟାରିସ୍‌ଙ୍କୁ ୨୨୬ ଭୋଟ୍‌ ମିଳିଛି । ୪ ବର୍ଷ ପରେ ପୁଣି ଥରେ ବିଜୟର ମୁକୁଟ ପିନ୍ଧିଲେ ଟ୍ରମ୍ପ । ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ବୈଦେଶିକ ନୀତି ବିଷୟରେ ଟ୍ରମ୍ପ କହିଛନ୍ତି, ଏସିଆ, ଆରବ ସହ ଆମ ସମ୍ପର୍କ ଭଲ ରହିବ।

ନଭେମ୍ବରରେ ୭ ଗ୍ରହଙ୍କ ଚଳନ; ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ଖାଲି ଧନ ନୁହେଁ ବଦଳିଯିବ ଭାଗ୍ୟ..

ୟୁପିଆଇ ନିୟମରେ ପରିବର୍ତ୍ତନ; ୨ ହଜାରରୁ ଅଧିକ ଟଙ୍କା ନେଣଦେଣ କରିବା ପୂର୍ବରୁ ଜାଣି ରଖନ୍ତୁ..

- Advertisement -

ବର୍ଷଯାକ କରିବାକୁ ପଡିବନି ରିଚାର୍ଜ; ଜାଣନ୍ତୁ ଏୟାରଟେଲ୍‌ର ସବୁଠାରୁ ଶସ୍ତା ପ୍ଲାନ୍‌ ବିଷୟରେ..

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories