www.samajalive.in
Friday, December 12, 2025
14.1 C
Bhubaneswar

ମଣିଷ ମୁହଁ ଆକୃତିର ଛେଳି ଛୁଆ ଜନ୍ମ 

ନାକଟିଦେଉଳ: ଗୋଟିଏ ଛେଳି ଜନ୍ମ ଦେଇଛି ମଣିଷ ମୁହଁ ଆକୃତିର ଛେଳି ଛୁଆ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ସରାପାଲି ପଞ୍ଚାୟତର ମାରୁଆଡ଼ିମୁଣ୍ଡା ଗ୍ରାମରେ। ଗତ ୪ ତାରିଖ ଦିନ ଗ୍ରାମର ମାହାର ସାହିର ଗୋବିନ୍ଦ ମାହାରଙ୍କ ଘରେ ତାଙ୍କର ଛେଳି ଏପରି ଏକ ଛୁଆ ଜନ୍ମ ଦେଇଛି। ଯାହାର କି ମୁହଁଟି ଅବିକଳ ମଣିଷ ଛୁଆ ମୁଁହ ପରି ଦେଖା ଯାଉଥିବା ବେଳେ ୪ ଟି ଗୋଡ଼ ରହିଛି। ଏହା ଜଣା ପଡିବା ପରେ ଏହି ଅଦ୍ଭୁତ ଛେଳି ଛୁଆକୁ ଦେଖିବାକୁ ସ୍ଥାନୀୟ ଲୋକଙ୍କ ବେଶ ଭିଡ଼ ହୋଇଥିଲା। ତେବେ ଛେଳିଟି ମୃତ ଛୁଆକୁ ଜନ୍ମ ଦେଇଥିଲା ଏବଂ ପରେ ମାଲିକ ମୃତ ଛେଳି ଛୁଆକୁ ମାଟିରେ ପୋତି ଦେଇଥିବା ଜଣାପଡିଛି।

ଦେଖନ୍ତୁ ମୃତ୍ୟୁର ଲାଇଭ୍‌ ଭିଡିଓ; ଖେଳାଳୀଙ୍କ ଉପରେ ଆକାଶରୁ ଖସିଲା ମୃତ୍ୟୁ..

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories