www.samajalive.in
Saturday, December 6, 2025
26.1 C
Bhubaneswar

ନାକଟିଦେଉଳରେ ଜନନୀ ଯନ୍ତ୍ରଣା ; ୩କିମି ଖଟିଆରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

ନାକଟିଦେଉଳ : ରାସ୍ତା ନ ଥିବାରୁ ପ୍ରସୂତି ମହିଳାଙ୍କୁ ପାଖାପାଖି ୩କିମି ଖଟିଆରେ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଆଜି ଏମିତି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ କିସିଣ୍ଡା ପଞ୍ଚାୟତ ଅନ୍ତର୍ଗତ କାଙ୍କଦର ଗ୍ରାମର ଲଣ୍ଡାକୋଟ ସାହିର । ଘଟଣା ଅନୁସାରେ ଆଜି ଭୋର ୦୫:୪୫ ମିନିଟ୍ ସମୟରେ କାଙ୍କଦର ଗ୍ରାମର ସୂଜିତ ଲମଗା ୧୦୮ ଆମ୍ବୁଲାନ୍ସ ସେବାକୁ ତାଙ୍କର ଗର୍ଭବତୀ ପତ୍ନୀ ଗୀତା ଲମଗା(ବୟସ ୨୪) ଙ୍କୁ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ଆଣିବା ପାଇଁ ଫୋନ କରିଥିଲେ। ତୁରନ୍ତ ତାଙ୍କ ପାଇଁ ନିକଟସ୍ଥ କିସିଣ୍ଡା ଥାନାରେ ରହୁଥିବା ୧୦୮ ଆମ୍ବୁଲାନ୍ସକୁ ପଠାଯାଇଥିଲା। କିନ୍ତୁ ରାସ୍ତା ନଥିବାରୁ ତାଙ୍କ ଘରଠାରୁ ୩ କିମି ଦୂର କାଙ୍କଦରଠାରେ ଆମ୍ବୁଲାନ୍ସ ଅଟକି ଯାଇଥିଲା। ମୋବାଇଲ ନେଟୱାର୍କ ନ ଥିବାରୁ ସେଠାରେ କିଛି ସମୟ ଆମ୍ବୁଲାନ୍ସ କର୍ମଚାରୀମାନେ ସୂଜିତଙ୍କ ସହିତ ଯୋଗାଯୋଗ କରିବାରେ ସମସ୍ୟା ହୋଇଥିଲା। କାଙ୍କଦର ଗ୍ରାମବାସୀଙ୍କ ସହାୟତାରେ ଆମ୍ବୁଲାନ୍ସ କର୍ମଚାରୀ ଲଣ୍ଡାକୋଟ ପହଞ୍ଚିବା ସହ ଏକ ଖଟିଆ ଯୋଗେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ଏବଂ ତାଙ୍କୁ ତାଙ୍କ ନିକଟସ୍ଥ ନାକଟିଦେଉଳ ଡାକ୍ତରଖାନା ଆଣିବା ସମୟରେ ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟରେ ଶିଶୁକନ୍ୟାକୁ ପ୍ରସବ କରିଥିଲେ। ଏବଂ ପରେ ତାଙ୍କୁ ଆମ୍ବୁଲାନ୍ସ କର୍ମଚାରୀ ସ୍ବାଗତ ସିଂ (ପାଇଲଟ୍), ଶ୍ରବଣ ସାହୁ (ଫାର୍ମାଶିଷ୍ଟ) ଓ ଅନିଲ ପ୍ରଧାନ (ହେଲପର) ନିକଟସ୍ଥ ନାକଟିଦେଉଳ ଡାକ୍ତରଖାନାରେ ସକାଳ ୦୮:୪୫ମିନିଟ୍ ସମୟରେ ଭର୍ତ୍ତି କରାଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ସେବା ମନୋଭାବକୁ ଅଂଚଳବାସୀ ପ୍ରଶଂସା କରିବା ସହିତ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି।

ଭିଡିଓରେ ଦେଖନ୍ତୁ ; ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡି ଚାଳନା ; ୫ ଗିରଫ

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories