www.samajalive.in
Saturday, December 6, 2025
26.1 C
Bhubaneswar

ବାରହା ଶିକାର ପାଇଁ ଫାସ ବସାଉଥିବା ବେଳେ ଚଢ଼ାଉ, ଜଣେ ଶିକାରୀ ଗିରଫ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ଖଳାଶୁଣି ବନ୍ୟପ୍ରାଣୀ ଅଭୟାରଣ୍ୟ ଅଧୀନ ନାକଟିଦେଉଳ ବ୍ଲକ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ହିକପାଲି ଜଙ୍ଗଲ ଭିତରେ ବାରହା ଶିକାର ପାଇଁ ଜଙ୍ଗଲ ଭିତରେ ଫାସ ବସାଉଥିବା ବେଳେ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। ଏଥି ସହିତ ଘଟଣାସ୍ଥଳରୁ ବାଇକରେ ଲାଗୁଥିବା ୪ ବଣ୍ଡଲ କ୍ଲୋଜ ତାର ମଧ୍ୟ ଜବତ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ନାକଟିଦେଉଳ ବ୍ଲକ ସରାପାଲି ଗ୍ରା. ପ. ଅନ୍ତର୍ଗତ ହିକପାଲି ଗ୍ରାମର କାର୍ତ୍ତିକ ନାଗ (୫୦)। ହିକପାଲି ଜଙ୍ଗଲ ଭିତରେ କେତେକ ଶିକାରୀ ଜନ୍ତୁ ଶିକାର ପାଇଁ ଫାସ ବସାଉଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ କିସିଣ୍ଡା ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଭୁବନେଶ୍ୱର ପାଣି, ଫରେଷ୍ଟର ଅଶୋକ କୁମାର କିସାନ ଏବଂ ଫରେଷ୍ଟ ଗାର୍ଡ ନିହାର ରଞ୍ଜନ ବଡ଼ପଣ୍ଡା ପ୍ରମୁଖ ସୋମବାର ଭୋର ୪ଟା ସମୟରେ ହିକପାଲି ଗ୍ରାମ ନିକଟ କଙ୍କରଖୋଳ ଜଙ୍ଗଲରେ ଚଢ଼ାଉ କରି ଘଟଣାସ୍ଥଳରୁ ଫାସ ବସାଉ ଥିବା ଶିକାରୀ କାର୍ତ୍ତିକ ନାଗଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଫାସ ତାର ଜବତ କରିଥିଲେ। ଗିରଫ ଶିକାରୀଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଛି ବୋଲି ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ କହିଛନ୍ତି।

ଧନତେରସ୍‌ରେ ମହାସଂଯୋଗ; ଏହି ୫ ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ମିଳିବ ଧନ, ବଦଳିଯିବ ଜୀବନ..

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories