ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିରେ ଭାରତ ସରକାରଙ୍କ ନିର୍ବାଚନ ଆୟୁକ୍ତ ଓ ରାଜ୍ୟ ସରକାରଙ୍କ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ଯୋଗଦେଇ ଭୋଟର ସଚେତନତା ସମ୍ବନ୍ଧୀୟ କାର୍ଯ୍ୟକ୍ରମ, ରଙ୍ଗୋଲି, ଦସ୍ତଖତ ଅଭିଯାନ ସହ ଉପଜିଲାପାଳଙ୍କ ଅଫିସରୁ ଜଗନ୍ନାଥ ମନ୍ଦିର ଯାଏଁ ୱାକଥନ ଅନୁଷ୍ଠିତ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଦୀପ୍ତିମୟୀ ବେହେରା, ସହକାରୀ ଜିଲାପାଳ ଈଶ୍ୱର ଚନ୍ଦ୍ର ରଣା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ, ଯୋଗାଣ ବିଭାଗ ଅଧିକାରିଣୀ ରାଜଲକ୍ଷ୍ମୀ ପଣ୍ଡା, ସିଡିପିଓ ଗୀତାଞ୍ଜଳି ମହାପାତ୍ରଙ୍କ ପ୍ରମୁଖ ସାମିଲ ଥିଲେ । ଉପଜିଲାପାଳ ଓ ତହସିଲଦାର ନିଜେ ଏହି କାର୍ଯ୍ୟକ୍ରମରେ ରଙ୍ଗୋଲି କାଟି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି।
Popular Categories



