ୱାଶିଂଟନ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରାରମ୍ଭିକ ଫଳାଫଳ ଅନୁସାରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆଗରେ ରହିଛନ୍ତି। ଟ୍ରମ୍ପଙ୍କୁ ୧୦୧ ଏବଂ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସଙ୍କୁ ୭୧ ଭୋଟ୍ ମିଳିଛି। ନିର୍ବାଚନ ଜିତିବାକୁ ହେଲେ ୨୭୦ ମ୍ୟାଜିକ୍ ନମ୍ବର ଆବଶ୍ୟକ। ପ୍ରାରମ୍ଭିକ ଭାବେ ଆମେରିକାର ୮ ରାଜ୍ୟରେ ଭୋଟିଂ ଆରମ୍ଭ ହୋଇଥିବା ବେଳେ ପରେ ମୋଟ୍ ୫୦ଟି ରାଜ୍ୟ ସାମିଲ ହୋଇଥିଲା। ୮ କୋଟିରୁ ଅଧିକ ଅଧିକ ଆମେରିକାବାସୀ ଆଗୁଆ ଭୋଟ୍ ଦେଇସାରିଛନ୍ତି। ଫାଇନାଲ ଫଳାଫଳ ଆସିବାକୁ ପ୍ରାୟ ଗୋଟିଏ ସପ୍ତାହ ସମୟ ଲାଗିଯାଇପାରେ ବୋଲି କୁହାଯାଉଛି।
Popular Categories



