ଗୋପାଳପୁର : ଗୋପାଳପୁର ବତୀଘର ଠାରେ ଆଜି ଦ୍ୱିତୀୟ ଭାରତୀୟ ବତୀଘର ଉତ୍ସବ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ କଲିକତା ଉପ ନିର୍ଦେଶକ ପି. ଶ୍ରୀରାମୁଲୁ ଅଧକ୍ଷତା କରିଥିଲେ। ଭାରତରେ ମୋଟ ୭୫ଟି ବତୀଘରକୁ କେନ୍ଦ୍ର ସରକାର ପର୍ଯ୍ୟଟନ ବିକାଶ କରିଥିବା ବେକେ ଗୋପାଳପୁର ସେଥିମଧ୍ୟରୁ ଅନ୍ୟତମ। ସରକାର ବର୍ତ୍ତମାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବତୀଘର ପରିସରରେ ଶିଶୁ ଉଦ୍ୟାନ, ୱାଟର ଫାଉଟେନ, ଝୁଲା, ଶୌଚାଳୟ, ସୁଦ୍ଧ ପାନୀୟ ଜଳ ଆଦି ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ଉପ ନିର୍ଦେଶକ ପି. ଶ୍ରୀରାମୁଲୁ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ। ଏହାସହ ଏଭଳି କାର୍ଯ୍ୟକ୍ରମ ଓଡିଶାର ପାରାଦୀପ, ଚନ୍ଦ୍ରଭାଗା, ପ୍ରୟାଗି, ଫ୍ଲସ ପଏଣ୍ଟରେ ହୋଉଥିବା ବେଳେ ପୁରୀ ବତୀଘର ଠାରେ ମୁଖ୍ୟ କାର୍ଯ୍ୟକ୍ରମ ହେଉଥିବା କହିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର ଏନଏସି ଅଧକ୍ଷ ଏ. ଜାନକୀ ରାମ ଯୋଗ ଦେଇ ଗୋପାଳପୁର ବତୀଘରରେ ଏହି ଭଳି କାର୍ଯ୍ୟକ୍ରମ ପ୍ରଥମ ଥର ହୋଉଥିବାରୁ ଉଚ୍ଚ ପ୍ରଶଂସା କରିବା ସହ ପର୍ଯ୍ୟଟନ ସ୍ଥଳିକୁ ବହୁ ପର୍ଯ୍ୟଟକ ଆସୁଥିବାରୁ ଆଗକୁ ଏହି ଭଳି କାର୍ଯ୍ୟକ୍ରମ ଜାରି ରଖିବା ପାଇଁ କହିଥିଲେ। ସମ୍ମାନିତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଗୋପାଳପୁର ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଏସ. କେ ମୂର୍ତ୍ତି, ବାଳକୃଷ୍ଣ ତ୍ରିପାଠୀ, ଗୋପାଳପୁର କଲେଜ ଅଧକ୍ଷ ଡ଼.ରାମ ପ୍ରସାଦ ପଣ୍ଡା, ବିଜେପି ନଗର ସଭାପତି ପଞ୍ଚୁ ବେହେରା, ପ୍ରମୁଖ ମଞ୍ଚସୀନ ରହି ବତୀଘରର କାର୍ଯ୍ୟକଳାପ ଉପରେ ଆଲୋକପାତ କରିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୋକନ ସହ ବତୀଘରର ମେମୋଣ୍ଟ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ପୋର୍ଟ ବ୍ଲେୟାର ନିର୍ଦ୍ଧେଶାଳୟର ଉପ ନିର୍ଦ୍ଧେଶକ ଜୁଲିୟସ ଫର୍ଣ୍ଣlଡ଼ିସ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ କୁନି କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଗୋପାଳପୁର ବତୀଘର ମୁଖ୍ୟ ସନ୍ତୋଷ କୁମାର ପାଢ଼ୀଙ୍କ ସମେତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
Comments are closed.