କଲମପୁର : ସାଗବାରୀ ପୀଠରେ ସମାପନ ହେଲା ମା’ ହରଗୌରୀ ପେଣ୍ଡ୍ରାଣି ଦେବୀଙ୍କ ଦଶହରା ଓ ବୋଲ ଯାତ୍ରା । ବର୍ଷକରେ ଥରେ ନବରାତ୍ର ପୂଜା ପାଳନ କରିବା ସହ ପ୍ରତି ସପ୍ତାହର ରବିବାର ଦିନ ମା’ଙ୍କ ପୂଜା ଅନୁଷ୍ଠିତ ହୋଇଥାଏ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ମା’ଙ୍କ ଆବିର୍ଭାବ ହୋଇ ପୂଜା ପାଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ବିଭିନ୍ନ ସ୍ଥାନରେ ମା’ ହରଗୌରୀ ପେଣ୍ଡ୍ରାଣି ଦେବୀ ପୂଜା ପାଉଛନ୍ତି । ସେହିଭଳି କଲମପୁର ବ୍ଲକ ଶାଗବାରୀ ଠାରେ ଏକ କୁଡ଼ିଆ ଘରେ ହରଗୌରୀ ଦେବୀ ପୂଜା ପାଉଛନ୍ତି, ଜୁନାଗଡ଼ ବ୍ଲକ ବରଗାଁ ଦେବୀଙ୍କ ପୀଠରୁ ଆଜ୍ଞାମାଳ ଆସିବା ପରେ ନବରାତ୍ର ପୂଜା ଆରମ୍ଭ ହୋଇଥାଏ।
ନବରାତ୍ର ପୂଜା ସମାପନ ପରେ ଶନିବାର ଅନୁଷ୍ଠିତ ହୋଇଥିଲା ମା’ଙ୍କ ବୋଲ ଯାତ୍ରା, ମୂଖ୍ୟ ପୂଜକଙ୍କ ଦ୍ଵାରା ଦେବୀଙ୍କ ପୀଠରେ ଶୁକ୍ରବାର ଠାରୁ ପୂଜାର୍ଚ୍ଚନା ପରେ ଶନିବାର ପ୍ରାତଃରୁ ଦେବୀଙ୍କ ପୀଠ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଥିଲା, ମାନସିକ ଧାରି ମାନେ ମାନସିକ ପୂରଣ ହେବା ମାନସିକ ମୁତାବକ ବଳି ଭୋଗ ଚଡାଇ ଥିଲେ,କର୍ତ୍ତାଙ୍କ ଦେହରେ ମାଁଙ୍କ କାଳିସୀ ଲାଗିବା ପରେ ଲୋକଙ୍କ ଦ୍ଵାରା ମା’ ପୂଜା ପାଇଥିଲେ, ଲୁହା କଣ୍ଟାକୁ ମା’ ପେଟରେ ଲଗାଇ ଝୁଲି ପଡ଼ିଥିଲେ । ବାଦ୍ୟର ତାଳେ ତାଳେ ମା’ ଝୁମି ଝୁମି ନାଚି ଉଠିଥିଲେ, ମାଁଙ୍କ କାଳିସୀଙ୍କ ସମେତ ଶତାଧିକ ମହିଳାଙ୍କ ଗହଣରେ ମାଙ୍କ ପ୍ରତୀକ ଲାଠି ଗ୍ରାମ ପରିକ୍ରମା କରିଥିଲା,ଏହି ପୀଠରେ ମା’ ହରଗୌରୀଙ୍କ ସହ ମା’ ଲୁହାଗଡେନ ଦେବୀ ଓ ଘରଝିଆ ଦେବତା ଏକତ୍ର ପୂଜା ପାଇଥାନ୍ତି, ଦେବୀଙ୍କ ବୋଲ ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଉତ୍ସବ ମୁଖର ହୋଇଉଠିଥିଲା ଦେବୀଙ୍କ ଶାଗବାରୀ ପୀଠ ।
ପୂଜା କାର୍ଯ୍ୟରେ ମସ୍ତରାମ ମାଝୀ କର୍ତ୍ତା ରୂପେ କାର୍ଯ୍ୟ ତୁଲାଇଥିଲେ । ମୁଖ୍ୟପୂଜକ ଭାବରେ ତିର୍ଥରାଜ ରଣା ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ସୁଦର୍ଶନ ମାଝୀ,ଦଇତାରୀ ବଗର୍ତ୍ତି,ଲାଠି ବାହକ ଦିବାକର କାଣ୍ଡ,ଭୀଷ୍ମ ମାଝୀ,ପିତାମ କାଣ୍ଡ,ସୁଧାଂଶୁ ସାହୁ,ଘାସିରାମ ଜାଲଙ୍କ ସମେତ ପଡ଼ାବାସୀ ପୂଜାକାର୍ଯ୍ୟ ରେ ସହଯୋଗ କରିଥିଲେ ।
Comments are closed.