ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମାଧାନ ଦାବି ନେଇ ପ୍ରେସ କ୍ଳବ ଓ କଣ୍ଟାବାଞ୍ଜି ବିକାଶ ପରିଷଦ ତରଫରୁ ଦାବିପତ୍ର ପ୍ରଦାନ
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କଣ୍ଟାବାଞ୍ଜି ଦିନିକିଆ ଗସ୍ତ କାର୍ଯ୍ୟକ୍ରମ
ତେଣୁ କଣ୍ଟାବାଞ୍ଜି ଡାକ୍ତରଖାନାରେ କିଡନୀ ରୋଗୀଙ୍କ ପାଇଁ ଡାଇଲେସିସ ର ସୁବିଧା, ୨୪ ଘଣ୍ଟିଆ ନିରାମୟ ସେବା ପ୍ରଦାନ, ୨୪ ଘଣ୍ଟିଆ ନିଦାନ ସେବା ପ୍ରଦାନ, ଡାକ୍ତରଖାନାରେ ଡେଣ୍ଟାଲ ଡାକ୍ତର ନିଯୁକ୍ତ ଅଛନ୍ତି , ହେଲେ ରୋଗୀ ଦେଖିବା ପାଇଁ କୌଣସି ସୁବିଧା ଏଠି ଉପଲବ୍ଧ ନାହିଁ , ତେଣୁ ରୋଗୀ ମାନଙ୍କ ପାଇଁ ସବୁ ପ୍ରକାର ସୁବିଧା ପ୍ରଦାନ, ଏମସିଏଚ ବିଲଡିଂ ଅଛି ହେଲେ ଏଠି ଯେତିକି ଡାକ୍ତର ଏବଂ କର୍ମଚାରୀ ରହିବା କଥା ତାହା ନଥିବା ଯୋଗୁ ରୋଗୀଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଡାକ୍ତର ଏବଂ କର୍ମଚାରୀ ନିଯୁକ୍ତ, କଣ୍ଟାବାଞ୍ଜି ଡାକ୍ତରଖାନାକୁ କଣ୍ଟାବାଞ୍ଜି ସହର ତଥା ଆଖପାଖ ଅଞ୍ଚଳର ଲୋକ ନିର୍ଭର କରିଥାନ୍ତି । କଣ୍ଟାବାଞ୍ଜି ଡାକ୍ତରଖାନାରେ ସପ୍ତାହକୁ ଥରେ ଅସ୍ଥିଶଲ୍ୟ , ସର୍ଜରୀ , ଚର୍ମରୋଗ , ଚକ୍ଷୁ ଡାକ୍ତର ଓପିଡିରେ ରୋଗୀ ସେବା ପ୍ରଦାନ, କଣ୍ଟାବାଞ୍ଜି ଡାକ୍ତଖାନାର ସମସ୍ତ ଡାକ୍ତର ଓ କର୍ମଚାରୀ ପଦବି ପୂରଣ ଭଳି ପ୍ରମୁଖ ଦାବି ରହିଛି।
ଦାବି ପ୍ରଦାନ ସମୟରେ ପ୍ରେସ କ୍ଳବ ସଭାପତି ପ୍ରଭଜିତ ସିଂ ସାଲୁଜା, ସମ୍ପାଦକ ସୁରଦାସ ବାଗ, ଉପସଭାପତି ମନୋଜ ଶର୍ମା, ପରାମର୍ଶଦାତା ଆଶିଷ ଖୈତାନ, ଆନନ୍ଦ ମୋଟେ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।ସେହିପରି କଣ୍ଟାବାଞ୍ଜି ବିକାଶ ପରିଷଦ ତରଫରୁ ଏକ ପାଞ୍ଚଦଫା ଦାବିପତ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରି ତୁରନ୍ତ ଡାକ୍ତରଖାନାରେ ଜରୁରୀ ସମସ୍ୟା ଉପରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି. ତୁରନ୍ତ ଦୁଇଜଣଙ୍କ ମଧ୍ୟରୁ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ଥିବା ବେଳେ, ଛୁଟିରେ ଗଲେ ପ୍ରସୂତି ମା’ ଙ୍କୁ ବଲାଙ୍ଗୀର ରେଫର କରାଯାଉଛି. ଦାନ୍ତ ଡାକ୍ତର ନିଯୁକ୍ତି ହୋଇଥିଲେ ମଧ୍ୟ ଆବଶ୍ୟକ ଚିକିତ୍ସା ପାଈଁ ସରଞ୍ଜାମ ଉପକରଣ ଯୋଗାଇ ଦିଆ ଯାଇନଥିବାରୁ, ଚିକିତ୍ସା ହୋଇ ପାରୁନାହିଁ. ଡାକ୍ତର ଖାନରେ ପିଇବା ପାଣି ଯୋଗାଣ ସହ ପ୍ର ମାନଙ୍କ ଶୌଚ ପାଇଁ ବ୍ୟବସ୍ଥା ମୁଖ୍ୟ ଦାବି କରିଛି ବିକାଶ ପରିଷଦ ବିକାଶ ପରିଷଦ ତରଫରୁ ଚିତ୍ରଭାନୁ ବେହେରା, ବିଷ୍ଣୁ ବେହେରା, ବିଶାଳ ବେହେରା, ଦେବରାଜ ଯାଦବ, ବିନୟ ବିଭାର, ଏକମ୍ବର ବେହେରା, ପ୍ରହଲ୍ଲାଦ ବଛା ମୁରଲୀ ବାରିକ ପ୍ରମୁଖ ଦାବିପତ୍ର ଦେବା ବେଳେ ଉପସ୍ଥିତ ଥିଲେ.
Comments are closed.