ବିଧାୟିକାଙ୍କ ଗୃହ କମିଟିକୁ ପ୍ରସ୍ତାବ, ମିନି ଅଙ୍ଗନୱାଡ଼ି ପ୍ରତିଷ୍ଠା ହେଉ ଓ ମହିଳାଙ୍କୁ ବିନା ସୁଧରେ ଋଣ ପ୍ରଦାନ ମିଳୁ

ଗୃହ କମିଟି ବୈଠକରେ ଯୋଗଦେଲେ ନର୍ଲା ବିଧାୟିକା ମନୋରମା ମହାନ୍ତି

ଓଡିଶା ବିଧାନସଭାରେ ମହିଳା ଓ ଶିଶୁ ବିକାଶ ଗୃହ କମିଟି ର ପ୍ରଥମ ବୈଠକରେ ଯୋଗଦେଲେ ବିଧାୟିକା ମ.ରାମପୁର: କଳାହାଣ୍ଡି ଜିଲା ଗୃହ କମିଟିର ପ୍ରଥମ ବୈଠକରେ ନର୍ଲା ବିଧାୟିକା  ମନୋରମା ମହାନ୍ତି ଯୋଗଦେଇଥିଲେ। ଓଡ଼ିଶା ବିଧାନସଭାରେ ମହିଳା ଓ ଶିଶୁ ବିକାଶ  ବୈଠକରେ ଓଡିଶାର ମହିଳା ଓ ଶିଶୁ ମାନଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା।
ବିଶେଷ କରି ଅଙ୍ଗନୱାଡ଼ି କେନ୍ଦ୍ରରେ ପାଇଖାନା, ପାଚେରୀ ନିର୍ମାଣ, ବିଦ୍ୟୁତ  ଯୋଗାଣ, ରୋଷେଇ ନିମନ୍ତେ ଗ୍ୟାସ ବ୍ୟବହାର  ଆଉ ବିଶେଷ କରି ଯେଉଁ ଗାଁ ଠାରୁ ଅଙ୍ଗନବାଡି କେନ୍ଦ୍ର ୧ କିମିରୁ ଅଧିକ ଦୂରତା ହେଉଥିବା ସେହି ଗାଁରେ ମିନି ଅଙ୍ଗନବାଡି କେନ୍ଦ୍ର କରିବାକୁ ବିଧାୟିକା ମନୋରମା ମହାନ୍ତି ପ୍ରସ୍ତାବ ଦେଇଥିଲେ। ମହିଳା ମାନଙ୍କୁ ବିନା ସୁଧରେ ଋଣ ଯୋଗାଇ ଦେବାକୁ ମଧ୍ୟ ବୈଠକରେ ପ୍ରସ୍ତାବ ରଖିଥିଲେ।

Comments are closed.