ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ.. ଅନ୍‌‌ଲାଇନ୍‌‌ରେ ଦାଖଲ କରିହେବ ପ୍ରାର୍ଥୀପତ୍ର..

ଆମ ଆଦମୀ ପାର୍ଟି(ଆପ୍‌) ନେତା ତଥା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦର ଜୈନଙ୍କୁ ଜାମିନ..

ବାଲ୍ୟ ବିବାହ ନିବାରଣ ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗଦର୍ଶିକା ଜାରି କଲେ ସୁପ୍ରିମକୋର୍ଟ..

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା.. ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ମିଳିଲାନି ଅନ୍ତରୀଣ ସୁରକ୍ଷା..

ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ପଛରେ ପାକିସ୍ତାନ ଲିଙ୍କ.. ହତ୍ୟା ପାଇଁ ପାକିସ୍ତାନୀ ଡିଲରଙ୍କଠାରୁ ଅସ୍ତ୍ରଶସ୍ତ୍ର ଆଣିଥିଲା ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟ ସୁଖବୀର.. ସୁଖବୀର ଗିରଫ ହେବା ପରେ ପର୍ଦ୍ଦାଫାଶ କଲା ମୁମ୍ବାଇ ପୁଲିସ..

ଅକ୍ଟୋବର ୧୮ ଓ ୧୯ରେ ବର୍ଷା ନେଇ ୧୪ ଜିଲାକୁ ୱେଲୋ ୱାର୍ଣ୍ଣିଂ ଜାରି.. ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି ଜିଲାକୁ ୱେଲୋ ୱାର୍ଣ୍ଣିଂ..

ଭୁବନେଶ୍ୱରରେ ଫେକ୍‌ କଲ୍‌ ସେଣ୍ଟର ଠାବ ଘଟଣା, ୬ ସାଇବର ଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ପୁଲିସ.. ସାରା ଦେଶରେ ଠକେଇର ତଦନ୍ତ ପାଇଁ ସ୍ପେଶାଲ ଟିମ୍‌ ଗଠନ..

ପୁରୀରେ ଅଣପଞ୍ଜୀକୃତ ହବିଷ୍ୟାଳିଙ୍କୁ ନେଇ ସମସ୍ୟା ଉପୁଜିବା ଘଟଣା.. ପହଞ୍ଚି ସମାଧାନ ପ୍ରତିଶ୍ରୁତି ଦେଲେ ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ..

 

Comments are closed.