www.samajalive.in
Friday, December 5, 2025
20.1 C
Bhubaneswar

୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ ; ଖାଇଲେ ହୁଏ କର୍କଟ, ଏମିତି ଜାଣନ୍ତୁ ଆଳୁ ଅସଲି କି ନକଲି..

ନୂଆଦିଲ୍ଲୀ : ଖାଦ୍ୟ ନିରାପତ୍ତା ଓ ଔଷଧ ପ୍ରଶାସନର ଏକ ଟିମ୍‌ ପ୍ରାୟ ୨୧ କ୍ୱିଣ୍ଟାଲ୍‌ ନକଲି ଆଳୁ ଜବତ କରିଛି। ଏକ ରିପୋର୍ଟ ଅନୁସାରେ ଧଳା ଆଳୁକୁ ଲାଲ ରଙ୍ଗ ଦେଇ ଏହାକୁ ଉଚ୍ଚ ଦାମ୍‌ରେ ବିକ୍ରି କରୁଛନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ । ପ୍ରତ୍ୟେକ ଘରେ ଆଳୁର ବ୍ୟବହାର ନିଶ୍ଚୟ କରାଯାଏ। ଆଳୁକୁ ତରକାରୀ, ଚିପ୍ସ, ପାମ୍ପଡ, ସିଙ୍ଗଡା ଆଦିରେ ବ୍ୟବହାର କରାଯାଏ। ଆଳୁକୁ କେମିକାଲ୍‌ ଦେଇ ଶୀଘ୍ର ପ୍ରସ୍ତୁତ କରାଯିବା ସହ ରଙ୍ଗ ଦେଇ ଅଧିକ ଦାମ୍‌ରେ ବିକ୍ରି କରୁଛନ୍ତି। ଏହି ନକଲି ଓ ରଙ୍ଗ ବ୍ୟବହାର ହେଉ ଥିବା ଆଳୁ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ କ୍ଷତିକାରକ। ବିଶେଷ କରି ଏହା କର୍କଟ ରୋଗର କାରଣ ପାଲଟିଥାଏ। ପନିପରିବା ରଙ୍ଗ କରିବା ପାଇଁ ହାନିକାରକ କେମିକାଲ୍‌ର ବ୍ୟବହାର କରାଯାଏ। ଏହା ଶରୀରରେ ନାନା ରୋଗ ସୃଷ୍ଟି କରିଥାଏ।

ଦୀର୍ଘ ୫୦ ବର୍ଷ ପରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ; ଏହି ୩ ରାଶି ହେବେ ଭାଗ୍ୟଶାଳୀ..

- Advertisement -

ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ପକ୍ଷରୁ କୁହାଯାଇଛି, ଆଳୁକୁ ହାତରେ ଧରି ଏହା ଅସଲି କି ନକଲି ଜାଣି ହୋଇପାରେ। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ କହିଛି, ଫଳ-ପନିପରିବାକୁ ଖାଦ୍ୟ ଉପଯୋଗୀ କରିବା ପାଇଁ କାର୍ବାଇଟ୍‌ ସହ ଅନ୍ୟାନ୍ୟ ରାସାୟନିକ ଜିନିଷର ବ୍ୟବହାର କରାଯାଉଛି। ଏଭଳି ଜିନିଷ ଶରୀର ଭିତକରୁ ପ୍ରବେଶ କରିବା ପରେ ବାନ୍ତି, ଝାଡା, ରକ୍ତ ଅପରିଷ୍କାର, ଛାତିରେ ଜଳାପୋଡା, ଅତ୍ୟଧିକ ଶୋଷ ଲାଗିବା ସହ ଥକ୍କାପଣ ଅନୁଭୂତ ହୋଇଥାଏ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି, ଏଭଳି ଖାଦ୍ୟକୁ ଦୀର୍ଘ ଦିନ ଧରି ସେବନ କରିବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

ଦେଖନ୍ତୁ ଭିଡିଓ; ଗୁପ୍‌ଚୁପ୍‌ ତିଆରି ପାଇଁ ଅଟାକୁ ଗୋଡରେ ଚକଟିଲେ..

ରିପୋର୍ଟ ଅନୁସାରେ କିଛି ଆଳୁରେ ଲାଲ ରଙ୍ଗ ମଧ୍ୟ ବ୍ୟବହାର ହୁଏ । ଏଥିରେ ପ୍ରାୟ ରେଡ୍‌ ୪୦ ନାମକ ଏକ ପ୍ରକାର ରଙ୍ଗ ବ୍ୟବହାର କରାଯାଏ। ଏହା କର୍କଟ ରୋଗ ସୃଷ୍ଟି କରେ ବୋଲି ଅଧ୍ୟୟନରୁ ଜଣାପଡିଛି। ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ କହିଛି, ଏଭଳି ରଙ୍ଗ ଓ ରାସାୟନିକ ଜିନିଷ ବ୍ୟବହାର ହୋଇଥିବା ଫଳ ଓ ପନି ପରିବାରକୁ ଜାଣିବାର କିଛି ଉପାୟ ରହିଛି । ଯଦି ଆଳୁର ଉପର ଅଂଶରେ କଳାଦାଗ କିମ୍ବା ଅନ୍ୟ ରଙ୍ଗ ଦେଖାଯାଉଛି, ତେବେ ଏଥିରେ କେମିକାଲ୍‌ ବ୍ୟବହାର କରାଯାଇଛି। ଏହାକୁ କିଣନ୍ତୁ ନାହିଁ। ଆଳୁରୁ ଭିନ୍ନ ଗନ୍ଧ ଆସୁଥିଲେ କିମ୍ବା ନୀଳ ରଙ୍ଗ ଦେଖାଯାଉଥିଲେ ମଧ୍ୟ ଏହାକୁ କିଣନ୍ତୁ ନାହିଁ ।
ବଜାରରୁ ଆଳୁ କିଣିବା ସମୟରେ ଏହାକୁ ହାତରେ ଭଲ ଭାବେ ପରୀକ୍ଷା କରନ୍ତୁ । ଯଦି ହାତରେ କିଛି ରଙ୍ଗ ଲାଗୁଛି, ତେବେ ଏହା ନକଲି ଆଳୁ ବୋଲି ଜାଣନ୍ତୁ ।

ଏହା ବ୍ୟତୀତ ଆଳୁକୁ ଏକ ପାତ୍ରରେ ପାଣି ଭିତରେ କିଛି ସମୟ ରଖି ଦିଅନ୍ତୁ। ଏହାକୁ ହାତରେ ଘଷି ରଙ୍ଗକୁ ଯାଞ୍ଚ କରନ୍ତୁ। ଯଦି ହାତରେ କିଛି ରଙ୍ଗ ଲାଗୁଛି, ତେବେ ଏହା ନକଲି ଆଳୁ ବୋଲି ଜାଣନ୍ତୁ ।

କାର୍ତ୍ତିକ ମାସରେ ବେଲଗାମ ପରିବା ଦର; ରୋଷେଇ ହେବ କେମିତି କହୁଛନ୍ତି ଖାଉଟି..

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories